୯ରୁ ଏସସିବି ଓପିଡିରେ ଅନଲାଇନ୍ ସ୍ଲଟ୍ ବୁକିଂ, ଜାଣନ୍ତୁ କିପରି କରିବେ
ଭୁବନେଶ୍ୱର : କଟକ ଏସସିବି ଓପିଡିରେ ଆରମ୍ଭ ହେବ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା । ଆସନ୍ତା ମେ ୯ ତାରିଖରୁ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହେବ । ୧୦ ତାରିଖରୁ ଅନ୍ ଲାଇନ୍ ଟିକେଟ୍ ରେ ରୋଗୀଦେଖା ଆରମ୍ଭ ହେବ । ରୋଗୀଙ୍କୁ ଅନଲାଇନ୍ ରେ ଟିକେଟ କରି ପ୍ରିଂଟ ନେଇ ଓପିଡିକୁ ଆସିବାକୁ ହେବ । http://eswasthya.odisha.gov.in ରେ ଅନଲାଇନ ବୁକିଂ କରିହେବ ।
