ଆକ୍ସନ୍ଏଡ୍କୁ ମିଳିଲା ଭୁବନେଶ୍ୱର ଲିଡରସିପ୍ ଆୱାର୍ଡ
ଭୁବନେଶ୍ୱର : ୱାର୍ଲଡ୍ ସି.ଏସ୍.ଆର୍. ଡେ ତରଫରୁ ଆନ୍ତର୍ଜାତିକ ସାମାଜିକ ସଂଗଠନ ଆକ୍ସନ୍ଏଡ୍କୁ ବିଭିନ୍ନ କାର୍ଯ୍ୟଦକ୍ଷତାର ସଫଳତାକୁ ନେଇ ଆଜି ସ୍ଥାନୀୟ ସାଣ୍ଡି ଟାୱାର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲିଡର୍ସିପ୍ ଆୱାର୍ଡ ମିଳିଛି । କୋଭିଡ୍ ସମୟରେ ସାରା ଦେଶରେ ପାଖାପାଖି ୮୦ ଲକ୍ଷ ଲୋକଙ୍କୁ ସହଯୋଗର ହାତ ବଢ଼ାଇବା, ବିଶେଷ କରି ଓଡିଶାର ୨୨ ଗୋଟି ଜିଲ୍ଲାର ୬ ହଜାର ଗ୍ରାମର ୬ ଲକ୍ଷ ଜନସାଧାରଣଙ୍କୁ ରେସନ ସାମଗ୍ରୀ ପ୍ରଦାନ, ମାକ୍ସ, ଅକ୍ସିମିଟର, ଥର୍ମୋମିଟର ବିତରଣ ସହ ସରକାରୀ ହସ୍ପିଟାଲକୁ ଅକ୍ସିଜେନ୍ କନ୍ସେନ୍ଟ୍ରେଟର ପ୍ରଦାନ କରିଅଛି ଓ ୧୨ ଗୋଟି ଜିଲ୍ଲାରେ ଟୀକାକରଣ ଅଭିଯାନ ମାଧ୍ୟମରେ ୫୦ ହଜାରରୁ ଅଧିକ ଜନସାଧାରଣଙ୍କୁ ସଚେତନତାର ବାର୍ତା ବାଂଟିବା ସହ ଟୀକାକରଣରେ ସହଯୋଗ ପ୍ରଦାନ କରିଅଛି । ଶ୍ରମିକ ମାନଙ୍କର ଅଧିକାରର ସୁରକ୍ଷା, ଶିଶୁ ଅଧିକାର ଓ ମହିଳା ମାନଙ୍କର ଅଧିକାରକୁ ନେଇ କାର୍ଯ୍ୟ କରୁଅଛି । ଉକ୍ତ ବର୍ଣ୍ଣାଢ଼୍ୟ ପରିବେଶରେ ଆକ୍ସନ୍ଏଡ୍ ର ସହଯୋଗୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ଶୁଭେନ୍ଦୁ କୁମାର ରାୟ ଓ ବି.ଏନ୍. ଦୁର୍ଗା ଆକ୍ସନ୍ଏଡ୍ ତରଫରୁ ଉକ୍ତ ସମ୍ମାନ ଗ୍ରହଣ କରିଥିଲେ ।
