ରାଜନୈତିକ ଶତୃତାକୁ କେନ୍ଦ୍ର କରି ଦାଦାକୁ ହତ୍ୟା କଲା ପୁତୁରା
ଭଦ୍ରକ : ରାଜନୈତିକ ଶତୃତାକୁ କେନ୍ଦ୍ରକରି ଭଣ୍ଡାରିପୋଖରି ଥାନା ନମକଣା ଗାଁରେ ଘଟିଛି ହତ୍ୟାକାଣ୍ଡ ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ପୀତାମ୍ଭର ଜେନା । ଗତ ରବିବାର ପୀତାମ୍ଭର ସନ୍ଧ୍ୟା ସମୟରେ ମଞ୍ଜୁରି ରୋଡ ବଜାରରୁ ନିଜ ଘର ନମକଣାକୁ ଫେରୁଥିବା ସମୟରେ ନମକଣା କେନାଲ ରାସ୍ତା ଉପରେ ୫/୬ ଜଣ ନିଜର ସଂର୍ପକୀୟ ପୁତୁରା ଓ ଭାଇ ମାନେ ସଂଘବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ପ୍ରଥମେ ଗୁରୁତର ଅବସ୍ଥାରେ ଭଣ୍ଡାରି ପୋଖରି ଡାକ୍ତରଖାନା ପରେ ଅଧିକ ଗୁରୁତର ହେବାରୁ କଟକ ଏସସିବି ସ୍ଥାନାନ୍ତରିତ ହେଉଥିବାବେଳେ ତାଙ୍କର ବାଟରେ ମୃତ୍ୟୁ ହୋଇଛି ।
