ଲାଗିଲା ମାଓ ପୋଷ୍ଟର, ପ୍ରଜା କୋର୍ଟରେ ଦଣ୍ଡିତ ନେଇ ଉଲ୍ଲେଖ
କନ୍ଧମାଳ : କନ୍ଧମାଳ ଜିଲା କୋଟଗଡ଼ ଅଞ୍ଚଳରେ ମାଓ ପୋଷ୍ଟର l କୋଟଗଡ଼ ବ୍ଲକ ଅନ୍ତର୍ଗତ ବଣ୍ଡା ପିପିଲି ଅଙ୍ଗନବାଡି କେନ୍ଦ୍ରରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଅଞ୍ଚଳର କିଛି ଠିକାଦାର ପୋଲିସ ଇନଫର୍ମର ସାଜିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏହାସହ ରାସ୍ତା କାର୍ଯ୍ୟ ନିମ୍ନ ମାନର କରି ଟଙ୍କା ହେରଫେର କରୁଥିବା ଲେଖାଯାଇଛି ।
ତେବେ ଏହି କାର୍ଯ୍ୟରୁ ନିବୃତ ନ ରହିଲେ ପ୍ରଜା କୋର୍ଟରେ ଦଣ୍ଡିତ କରାଯିବ ବୋଲି ପୋଷ୍ଟରରେ କୁହାଯାଇଛି । ପୋଷ୍ଟର ତଳେ ସିପିଆଇ ମାଓବାଦୀ ଲେଖାଯାଇଛି । ସେପଟେ ମାଓ ପୋଷ୍ଟର ଦେଖି ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ପୋଲିସ ସୂଚନା ପାଇ ପୋଲିସ ଏହାର ତଦନ୍ତ କରୁଛି ।
