ଦିଗପହଣ୍ଡିରେ ଡବଲ ମର୍ଡର, ଦୁଇ ବିଜେଡି ନେତାଙ୍କ ଗଡିଲା ମୁଣ୍ଡ
ଗଞ୍ଜାମ : ଗଞ୍ଜାମ ଦିଗପହଣ୍ଡିରେ ଡବଲ ମର୍ଡର । ଦୁଇ ବିଜେଡି ନେତାଙ୍କ ଗଡିଲା ମୁଣ୍ଡ । କାରଣ ଅସ୍ପଷ୍ଟ । ରାଜନୈତିକ ଶତ୍ରୁତାକୁ ନେଇ ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ । ମୃତ ଦୁଇ ଜଣ ହେଲେ ପାଳଝାଡି ଗ୍ରାମର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର । ଦିଗପହଣ୍ଡି ଥାନା ଚଷା ନିମଖଣ୍ଡି ଗ୍ରାମରେ ଘଟିଛି ଏହି ଅଘଟଣ ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାତିରେ ପାଳଝଡ଼ି ଗ୍ରାମର ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତାରେ ପଡିଥିବା ନେଇ ଜଣେ ଟ୍ରାକ୍ଟର ଡ୍ରାଇଭର ଦେଖିଥିଲେ । ପରେ ଗାଁରେ ଖବର ଦେଇଥିଲେ। ଖବର ପାଇ ସଂପର୍କୀୟମାନେ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
