‘କେଜିଏଫ୍-୨’ର ଭାୟୋଲେନ୍ସ ଡାଏଲଗ ମାରି ଚର୍ଚ୍ଚାରେ ୱାର୍ଣ୍ଣର, ଭିଡିଓ ଭାଇରାଲ୍
ମୁମ୍ବାଇ : କମିନି ଫିଲ୍ମ କେଜିଏଫ-୨ର କ୍ରେଜ୍। ସବୁଠି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଚର୍ଚ୍ଚା । ଆଉ ଏବେ ଫିଲ୍ମର ନିଶା ଚଢ଼ିଛି ଅଷ୍ଟ୍ରେଲିଆର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ ତଥା ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଡେଭିଡ୍ ୱାର୍ଣ୍ଣରଙ୍କ ଉପରେ। ମଇଦାନରେ ଚଉକାଛକା ମାରୁଥିବା କ୍ରିକେଟର ଡେଭିଡ୍ ୱାର୍ଣ୍ଣର ଏଣ୍ଟରଟେନ୍ ମୁଡରେ। ପୂରା ଫୁଲ୍ ଆକ୍ସନରେ ମାରିଲେ କେଜିଏଫ୍-୨ର ଡାଏଲଗ୍। ଯାହା ହୋଇଛି ଖୁବ୍ ଭାଇରାଲ୍।
ନିଜ ନିଆର ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ୱାର୍ଣ୍ଣର । ପୂର୍ବରୁ ‘ପୁଷ୍ପା’ ଫିଲ୍ମ ଡାଏଲଗରେ ଭିଡିଓ କରିଥିବାବେଳେ ଏବେ ଚଢ଼ିଛି ‘କେଜିଏଫ୍-୨’ର କ୍ରେଜ୍ । ରକି ଭାଇଙ୍କ ଭାୟୋଲେନ୍ସ ଡାଏଲଗ ମାରି ଅଛନ୍ତି ଚର୍ଚ୍ଚାରେ। ଆଉ ତାଙ୍କର ଏହି ଭାୟୋଲେନ୍ସ ମୁଡ୍ ଫ୍ୟାନ୍ସଙ୍କୁ ଆସିଛି ପସନ୍ଦ। ସେସିଆଲ୍ ମିଡିଆରେ ଛାଇଯାଇଥିବା ଏହି ଭିଡିଓରେ ୱାର୍ଣ୍ଣର ରକି ଭୋଇଙ୍କ ଭାୟୋଲେନ୍ସ ଭାୟୋଲେନ୍ସ ଭାୟୋଲେନ୍ସ ଡାଏଲଗ୍ କହୁଥିବା ଦେଖିବାକୁ ମିଳିଛି। ୱାର୍ନର ନିଜ ଇନଷ୍ଟା ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି। ଲେଖିଛନ୍ତି, ଏହା କେଉଁ ଫିଲ୍ମ ଆପଣମାନେ ମୋତେ କହିପାରିବେ? ଡେଭିଡ ୱାର୍ନର ଦୀର୍ଘ ସମୟ ଧରି ସନରାଇଜର୍ସ ହାଇଦ୍ରାବାଦର ଏକ ଅଂଶ ରହିଆସିଥିଲେ। ଏହି ସମୟରୁ ହିଁ ସାଉଥ୍ ଫିଲ୍ମ ପ୍ରତି ତାଙ୍କର ରହିଛି ରୁଚି। ଏଥିପାଇଁ ସେ ଅନେକ ସମୟରେ ସାଉଥ୍ ଫିଲ୍ମର ଡାଏଲଗ ଓ ଗୀତରେ କରନ୍ତି ରିଲ୍ସ। ବଲିଉଡ୍ ଫିଲ୍ମ ବି ୱାର୍ଣ୍ଣରଙ୍କ ପସନ୍ଦ କିନ୍ତୁ ହଲିଉଡ୍ ଫିଲ୍ମ ପ୍ରତି ତାଙ୍କର ଆଗ୍ରହ କମ୍। ସେ ପୁଷ୍ପା ଫିଲ୍ମସହ ପୂର୍ବରୁ ଅନେକ ଚଳଚ୍ଚିତ୍ର ଉପରେ ଭିଡିଓ କରିଛନ୍ତି। ଆଉ ଇନଷ୍ଟାଗ୍ରାମରେ ବି ରିଲ୍ ତିଆରି କରିବାକୁ ଭଲ ପାଆନ୍ତି। ସେ ତାଙ୍କ ପରିବାର ସହ ବି ଅନେକ ଥର ଭିଡିଓ କରିଥିବା ଦେଖିବାକୁ ମିଳେ।
ସୂଚନା ଯେ, ମେଗାନିଲାମରେ ଡେଭିଡ ୱାର୍ଣ୍ଣରଙ୍କୁ ୬.୨୫ କୋଟିରେ କିଣା ହୋଇଥିଲା। ଦିଲ୍ଲୀ ପାଇଁ ଏହା ତାଙ୍କର ପ୍ରଥମ ଆଇପିଏଲ୍ ମ୍ୟାଚ୍। ନିଲାମରେ ମୁମ୍ବାଇ ଏବଂ ଚେନ୍ନାଇର ଦଳ ମଧ୍ୟ ୱାର୍ଣ୍ଣର କିଣିବାକୁ ଥିଲେ ଆଗ୍ରହ । କିନ୍ତୁ ଦିଲ୍ଲୀ ସର୍ବାଧିକ ମୂଲ୍ୟ ଦେଇ ତାଙ୍କୁ ନିଜ ଦଳକୁ ନେଇଥିଲା। ଚଳିତ ସିଜିନରେ ୱାର୍ଣ୍ଣର ପ୍ରଥମ ମ୍ୟାଚ୍ରେ ଫ୍ଲପ୍ ହୋଇଥିଲେ ବି ଦ୍ୱିତୀୟ ମ୍ୟାଚ୍ରେ ସେ ଆଶ୍ଚର୍ଯ୍ୟଜନକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ। ଆଇପିଏଲରେ ୱାର୍ଣ୍ଣର ସର୍ବାଧିକ ରନ୍ କରିଥିବା ବିଦେଶୀ ଖେଳାଳି।
