ଟ୍ରୁକଲର ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ମେ’ରେ ଆପରୁ ହଟିବ ଏହି ଗୁରୁତ୍ୱପୂର୍ଣ୍ଣ ଫିଚର
ନୂଆଦିଲ୍ଲୀ: ଟ୍ରୁକଲର୍ ବ୍ୟବହାରକାରୀଙ୍କୁ ବଡ଼ ଝଟକା । ଟ୍ରୁକଲର ଆପ୍ ରୁ ବନ୍ଦ ହୋଇଯିବ ଗୁରୁତ୍ୱପୂର୍ଣ୍ଣ ଫିଚର । ଏଥର ୟୁଜର୍ସ ଟ୍ରୁକଲର ଆପ୍ ରୁ ଭଏସ କଲକୁ ରେକର୍ଡିଂ କରିପାରିବେ ନାହିଁ । ଏନେଇ ଟ୍ରୁକଲର ସୂଚନା ଦେଇଛି । ଖବର ଅନୁଯାୟୀ ମେ’ ମାସରୁ ଏହାର ୟୁଜର୍ସ ଆପ୍ ଜରିଆରେ କଲ୍ ରେକର୍ଡିଂ କରିପାରିବେନାହିଁ । ଗୁଗଲର ନୂଆ ପ୍ଲେଷ୍ଟୋର ପଲିସି ଅନୁଯାୟୀ ଟ୍ରୁକଲର ଏଭଳି ପଦକ୍ଷେପ ନେଇଛି । ଏହି ପଲିସି ଅନୁଯାୟୀ ଏବେ ରିମୋଟ କଲ୍ ଅଡିଓ ରେକର୍ଡିଂ ପାଇଁ ଆକ୍ସେସିବିଲିଟି ଏପିଆଇକୁ ଅନୁରୋଧ କରାଯାଇପାରିବ ନାହିଁ । ଯାହାର ଅର୍ଥ ହେଉଛି ଆପ୍ କୁ କଲ୍ ରେକର୍ଡିଂ ପାଇଁ ଅନୁମତି ମିଳିବ ନାହିଁ ।
