ଭାଙ୍ଗିବ ପାକିସ୍ତାନର ବିଶ୍ୱ ରେକର୍ଡ ! ୭୫ହଜାର ଜାତୀୟ ପତାକା ଉତ୍ତୋଳନ କରିବ ଭାରତ
ବିହାର : ଭାରତ ଭାଙ୍ଗିବ ପାକିସ୍ତାନର ରେକର୍ଡ । ଆଜି ବିହାରର ଭୋଜପୁର ଠାରେ ଭାରତା ଭାଙ୍ଗିପାରେ ପାକିସ୍ତାନର ବିଶ୍ୱ ରେକର୍ଡ । ଘଟଣା ସ୍ୱରୂପ, ବିହାରର ଭୋଜପୁର ଠାରେ ଶନିବାର ଆୟୋଜିତ ହେବାକୁ ଯାଉଥିବା ବୀର କୁଅଁର ସିଂହ ବିଜୟ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବେ । ଏହି ଅବସରରେ ବିଜେପି ତରଫରୁ ୭୫୦୦୦ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯକ୍ରମ ରହିଛି ।
ତେବେ ଏହି ବିରାଟ ଆୟୋଜନ ସମ୍ପର୍କରେ ଗିନିଜ୍ ବୁକ୍ ଅଫ ୱାଲ୍ଡ ରେକର୍ଡର ଆୟୋଜକମାନେ ଜାଣିବା ପରେ ନିଜ ପ୍ରତିନିଧିଙ୍କୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ । ବିହାର ବିଜେପି ଅଧ୍ୟକ୍ଷ ଡା. ସଞ୍ଜୟ ଜୟେସ୍ୱାଲ୍ କହିଛନ୍ତି ଯେ, ଏହା ପୂର୍ବରୁ ଏକକାଳିନ ସର୍ବାଧିକ ୫୭୬୩୨ଟି ଜାତୀୟ ପତାକା ଉତ୍ତୋଳନକରି ୨୦୦୪ ମସିହାରେ ପାକିସ୍ତାନ ବିଶ୍ୱ ରେକର୍ଡ କରିଥିଲା । ଏବେ ପାକିସ୍ତାନର ଏହି ରେକର୍ଡ ଭାଙ୍ଗିବାକୁ ଯାଉଛି ଭାରତ ।
