ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ୨ ସପ୍ତାହ ସମୟ ମାଗିଲା ଏଏସଆଇ
କଟକ : ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିସ୍ତୃତ ତଥ୍ୟ ରଖିବା ପାଇଁ ଅଧିକ ସମୟ ମାଗିଛି ଏଏସଆଇ । ଆଜି ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଶୁଣାଣି ହୋଇଛି । ରାଜ୍ୟସରକାର ଓ ଏଏସଆଇକୁ ୮ ତାରିଖରେ ମାମଲାର ଶୁଣାଣି କରି ୧୭ ତାରିଖ ସୁଦ୍ଧା ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହେଲେ ଏଏସଆଇ ବିସ୍ତୃତ ତଥ୍ୟ ରଖିବା ପାଇଁ ଦୁଇ ସପ୍ତାହ ସମୟ ମାଗିଛି ।
ଏଥିସହ ମିଳିତ ଭାବେ ରାଜ୍ୟସରକାର ଓ ଏଏସଆଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟସ୍ଥଳୀ ଗସ୍ତ କରି ପୁଣି ଥରେ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୬ ତାରିଖରେ ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ବେଆଇନ ଖନନ ନେଇ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛିି ।
