ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ
ଗଞ୍ଜାମ : ଗଞ୍ଜାମ ସୋରଡା ଥାନା ଦାରିଙ୍ଗବାଡ଼ି ଘାଟି ତଳୁ ଯୁବକର ମୃତଦେହ ଉଦ୍ଧାର। ମୃତକଙ୍କ ପରିଚୟ ଅସ୍ପଷ୍ଟ।
ସୂଚନା ମୁତାବକ ଗତକାଲି ଠାରୁ ଆଜି ଯାଏଁ ଏକ ବାଇକ ରାସ୍ତା କଡରେ ଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା ଘାଟି ତଳେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଏକ ବାଇକ,ପେଟ୍ରୋଲ ବୋତଲ,ଫିନାଇଲ ବୋତଲ,ପୋଡ଼ି ଯାଇଥିବା ଚପଲ ପୋଲିସ ଜବତ କରିଛି। ପ୍ରାଥମିକ ତଦନ୍ତରୁ ହତ୍ୟା କି ଆତ୍ମହତ୍ୟା ଜଣାପଡିନଥିବା ବେଳେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡିବ।
