ଆଜିଠୁ ହିରୋ ଭାରତୀୟ ମହିଳା ଲିଗ୍ ଫୁ୍ଟବଲ୍ ପ୍ରତିଯୋଗିତା
ଭୁବନେଶ୍ବର : ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେବ ହିରୋ ଭାରତୀୟ ମହିଳା ଲିଗ୍ ଫୁ୍ଟବଲ୍ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ଭୁବନେଶ୍ବରର ୩ଟି ପଡ଼ିଆ କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ୍ ପଡ଼ିଆ ଏବଂ ୧୨୦ ବାଟାଲିୟନ ଷ୍ଟାଡିୟମ୍ରେ ଶୁକ୍ରବାର ଠାରୁ ଖେଳାଯିବ । ଦୁଇ ବର୍ଷ ପରେ ଫେରିଥିବା ଏହି ପ୍ରତିଯୋଗିତା ଆସନ୍ତା ୨୬ ତାରିଖରେ ଶେଷ ହେବ।
ଏହି ଫୁଟବଲ୍ ଲିଗ୍ରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାର ଏହି ପଞ୍ଚଦଶ ସଂସ୍କରଣରେ ମୋଟ ୬୬ ମ୍ୟାଚ୍ ଖେଳାଯିବ। ଅପରାହ୍ଣ ୪ଟାରୁ ସମାନ୍ତରାଳ ଭାବେ ଆରମ୍ଭ ହେବାକୁ ଥିବା ପ୍ରଥମ ଦିନର ୩ଟି ମ୍ୟାଚ୍ରେ ପିଫା ସ୍ପୋର୍ଟସ (କୋଲାବା)କୁ ଏଫ୍ସି କର୍ଣ୍ଣାଟକ (କ୍ୟାପିଟାଲ୍ ପଡ଼ିଆ), ଏସ୍ଏସ୍ବି ମହିଳା ଏଫ୍ସି ଓ ହାନ୍ସ ମହିଳା ଏଫ୍ସି (କ୍ୟାପିଟାଲ୍ ପଡ଼ିଆ) ଏବଂ ଇଣ୍ଡିଆନ୍ ଆରୋଜ୍ ଓ ସାରଭୋଡେମ୍ ଏସ୍ସି (କଳିଙ୍ଗ ଷ୍ଟାଡିୟମ୍) ମୁହାଁମୁହିଁ ହେବେ।
