ଶାନ୍ତିକାନନରେ ହୃଦରୋଗ ଶିବିର ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସହର ଶାନ୍ତିକାନନ ଠାରେ ରବିବାର ପୂର୍ବାହ୍ନରେ ଫକୀରମୋହନ ସାହିତ୍ୟ ପରିଷଦ, ଫକୀରମୋହନ କଲେଜ ପୁରାତନ ଛାତ୍ରସଂସଦ ଓ ଅରୁଣ ଦେ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଏକ ହୃଦ୍ରୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ହୃଦ୍ରୋଗ ପରୀକ୍ଷା ପାଇଁ ଉପସ୍ଥିତ ହୋଇଥିବା ବହୁ ବ୍ୟକ୍ତିଙ୍କ ସମକ୍ଷରେ କିମ୍ସ ଅନୁଷ୍ଠାନର ହୃଦରୋଗ ବିଭାଗ ମୁଖ୍ୟ ଡା. ଏ. ସାରଦା ହୃଦ୍ରୋଗର କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ତତ୍କ୍ଷଣାତ୍ ହୃଦ୍ରୋଗରୁ ରକ୍ଷା ପାଇବାପାଇଁ କିଛି ଜଳରେ ଦୁଇଗୋଟି ଡିସ୍ପ୍ରିନ୍ ମିଶାଇ ଖାଇଦେବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ହୃଦ୍ରୋଗ ପରି ଏକ ଜଟିଳ ରୋଗକୁ ପ୍ରୋଜେକ୍ଟର ମାଧ୍ୟମରେ ସହଜ ଓ ସରଳ ଭାବରେ ତଥା ଗଳ୍ପଛଳରେ ବିଭିନ୍ନ ଉଦାହରଣ ଦେଇ ସେ ବୁଝାଇବାକୁ ଚେଷ୍ଟା କରିଥିଲେ ।
ଫକୀରମୋହନ କଲେଜ ପୁରାତନ ଛାତ୍ରସଂସଦର ସାଧାରଣ ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସଭାପତି ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀ ଓ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ନିଜ ନିଜ ବକ୍ତବ୍ୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅରୁଣ ଦେ’ଙ୍କ ବାସଭବନରେ ହୃଦ୍ରୋଗ ପରୀକ୍ଷା କରାଯାଇଥିଲା । କାର୍ଯ୍ୟକ୍ରମରେ ଫକୀରମୋହନ ସାହିତ୍ୟ ପରିଷଦର ସମ୍ପାଦକ ଦୀପକ ବୋଷଙ୍କ ସମେତ ମଧୁସୂଦନ ବେହେରା, ଗୋପାଳ ଜେନା, ଅମୃତାଂଶୁ ପଟ୍ଟନାୟକ, ଭାସ୍କର ଜଟାନିଆ, ଦୀପକ ଦାସ, ଅନସୂୟା ନାୟକ, ରାମଚନ୍ଦ୍ର ପ୍ରଧାନ, ପୀତାମ୍ବର ଦାସ, ବିଶ୍ୱନାଥ ସାହୁ, ଅରବିନ୍ଦ ମହାନ୍ତି, ରାମଚନ୍ଦ୍ର ସେଠୀ, ଯଶୋଦାନନ୍ଦନ ଆଶ୍, ଦୀନବନ୍ଧୁ ଲେଙ୍କା, ପ୍ରଜ୍ଞା ପାରମିତା ନାୟକ, ପ୍ରଣିତା ମିଶ୍ର, ରଞ୍ଜନ ବାଗ, ଶୋଭାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
