କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ଡେମୋ ଦେଖାଇଲେ ଶର୍ମିଷ୍ଠା
ଚାନ୍ଦବାଲି : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଚାନ୍ଦବାଲି ପଳାସପୁର କ୍ରାଇମ୍ ସ୍ପଟରେ ଶର୍ମିଷ୍ଠା । ପଳାସପୁରରେ ଡେମୋ ଦେଖାଇଲେ ଶର୍ମିଷ୍ଠା । ପଳାସପୁର ଅପହରଣର ଡେମୋ ଦେଖାଇଲେ । ଶର୍ମିଷ୍ଠାଙ୍କ ସହ କ୍ରାଇମ୍ ସ୍ପଟରେ କ୍ରାଇମବ୍ରାଞ୍ଚ ଟିମ୍ । ୩ ସ୍ଥାନରେ ହେବ କ୍ରାଇମ ସିନ ରିକ୍ରିଏସନ । ଦୟାଲ ଆଶ୍ରମ ଓ ନୟାଗଡ଼କୁ ନେବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ସୂଚନା । କିଭଳି ଫେବୃଆରୀ ୭ ତାରିଖରେ ଶର୍ମିଷ୍ଠା ମାନସଙ୍କୁ ଅପହରଣ କରିଥିଲେ, ସେ ବାବଦରେ ତଥ୍ୟ ରଖୁଛନ୍ତି ଶର୍ମିଷ୍ଠା । ଅପହରଣ ଦିନ ମାନସ ଯେଉଁଠାକୁ ବାହାଘର ଭିଡିଓ ସୁଟିଂ ପାଇଁ ଯାଇଥିଲେ, ସେହି ସ୍ଥାନରେ କ୍ରାଇମ ସିନ୍ ରିକ୍ରିଏଟ୍ ହେଉଛି ।
ଘଟଣାସ୍ଥଳରେ ଅଭିଯୁକ୍ତ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧୀ ଓ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କୁ ଦେଖିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । କ୍ରାଇମବ୍ରାଞ୍ଚ ଟିମ୍ ଓ ଅଭିଯୁକ୍ତଙ୍କ ସହ ସ୍ଥାନୀୟ ପ୍ରଶାସନ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । କେବଳ ଶର୍ମିଷ୍ଠାଙ୍କୁ ବାହରକୁ ଆଣି କ୍ରାଇମ୍ ସିନ୍ ରିକ୍ରିଏଟ କରାଯାଉଛି । ଅନ୍ୟ ଅଭିଯୁକ୍ତମାନେ ଗାଡି ଭିତରେ ଅଛନ୍ତି । ଘଟଣାସ୍ଥଳରେ ଭିଡ ଯୋଗୁଁ କ୍ରାଇମ ସିନ୍ ରିକ୍ରିଏଟ୍ କରିବା କ୍ରାଇମବ୍ରାଞ୍ଚ ଟିମ୍ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି ।
