କଟକର ଷଷ୍ଠ ବାଟାଲିୟନ ପଡିଆରେ ୮୭ତମ ପୋଲିସ ପ୍ରତିଷ୍ଠା ଦିଵସ ପାଳିତ
କଟକ : କଟକର ଷଷ୍ଠ ବାଟାଲିୟନ ପଡିଆରେ ୮୭ତମ ପୋଲିସ ପ୍ରତିଷ୍ଠା ଦିଵସ ପାଳିତ ହୋଇଛି । ଏହି ପ୍ରତିଷ୍ଠା ଦିଵସରେ ୧୦ ପ୍ଲାଟୁନ ରଙ୍ଗାରଙ୍ଗ ପରେଡରେ ଅଂଶ ଗ୍ରହଣ କରିଥିଲେ। ପୋଲିସ ମହାନିର୍ଦ୍ଦେଶକ ସୁନୀଲ ଵଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ପୋଲିସର ଭିତ୍ତିଭୂମି, ମାନଵ ସମ୍ବଳ, ଆଧୁନିକିକରଣ ,ସାଇଵର ଅପରାଧ ଓ ଅର୍ଥନୈତିକ ଅପରାଧ ଏଵେ ସଵୁଠୁ ଵଡ ଚାଲେଞ୍ଜ ବୋଲି ପୋଲିସ ଡିଜି କହିଛନ୍ତି ।
