ବଣ୍ଡାଘାଟିରେ ଘଟିଲା ଅଘଟଣ : ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍
ମାଲକାନଗିରି : ବଣ୍ଡାଘାଟିରେ ଘଟିଲା ଅଘଟଣ | ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ | ଏଥିରେ ୧୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡା ଘାଟିରେ ଦେଖିବାକୁ ମିଳିଛି ଏକ ଦୁର୍ଘଟଣା ।
ସୂଚନା ଅନୁଯାୟୀ , ଅନ୍ଦ୍ରହାଲ ଠାରୁ ମୁଡିଲିପଡ଼ାକୁ ଲୋକେ ଏକ ପିକ୍ଅପ୍ ଭ୍ୟାନ୍ରେ ୧୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଠିକ ସେହି ସମୟରେ ଗାଡିଟି ହଠାତ୍ ଖଇରପୁଟ ବ୍ଲକ ବଣ୍ଡାଘାଟି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର ନିକଟସ୍ଥ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ଏପିରିକି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ ପାଇଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିବା ସୂଚନା ମିଳିଛି ।
