ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା କଡମ୍ବସାହି ନିକଟ ଏକ ବିଲରୁ ଯୁବକଙ୍କ ମୃତଦେହ ଠାବ । ଏଯାଏଁ ମିଳିପାରିନି ପରିଚୟ ।
ସୂଚନା ଯେ, ଶନିବାର ସକାଳ ସମୟରେ ରାସ୍ତାକଡ଼ରେ ଥିବା ଏକ ବିଲରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଯାହା ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ତେବେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଅତି ଅମାନୁସିକ ଭାବେ ହତ୍ୟା କରାଯାଇଥିବା ପାରିପାର୍ଶ୍ଵିକ ସ୍ଥିତିରୁ ଜଣାପଡିଛି । ଏବେ ଯାଏଁ ଯୁବକଙ୍କ ପରିଚୟ ମିଳିନାହିଁ । ସେପଟେ ଯୁବକଙ୍କୁ କିଏ ହତ୍ୟା କରିଛି ? ଆଉ କାହିଁକି ହତ୍ୟା କରିଛି ? ତାହାର ପୋଲିସ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଜାରି କରିଛି ।
