ସିଏସକେ ନୂଆ ଅଧିନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ରାଇନା
ନୂଆଦିଲ୍ଲୀ : ଆଉ ଦିନକ ପରେ ଆରମ୍ଭ ହେବ ଆଇପିଏଲ-୨୦୨୨। ମାତ୍ର ଏହା ପୂର୍ବରୁ ଗୁରୁବାର ମହେନ୍ଦ୍ର ସିଂ ଧୋନି ଏକ ବଡ ଘୋଷଣା କରିଥିଲେ । ସେ ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଅଧିନାୟକ ପଦକୁ ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି । ସିଏସକେ ତରଫରୁ ଏହି ସୂଚନା ଦିଆଯାଇଛି ।
ଧୋନିଙ୍କର ଏହି ନିଷ୍ପତ୍ତି ସମଗ୍ର କ୍ରିକେଟ ଜଗତକୁ ଆଶ୍ଚର୍ଯ୍ୟ କରିଛି। ଚେନ୍ନାଇ ଏକ ବିବୃତ୍ତି ଜାରି କରି କହିଛି, “ଏମଏସ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର କମାଣ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ପାଇଁ ୨୧୩ଟି ମ୍ୟାଚରେ ନେତୃତ୍ୱ ନେଇଛନ୍ତି । ଏବଂ ଦଳର ନେତୃତ୍ବ ନେବା ପାଇଁ ସେ ରବିନ୍ଦ୍ର ଜାଡେଜାଙ୍କୁ ବାଛିଛନ୍ତି। ସୂଚନା ଯେ, ଜାଡେଜା ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛନ୍ତି। ଶକ୍ରବାର ରାଇନା ଲେଖିଛନ୍ତି ଯେ, ସେ ତାଙ୍କ ଭାଇଙ୍କ ପାଇଁ ବହୁତ ଖୁସି ଅଛନ୍ତି । ଚେନ୍ନାଇ ପାଇଁ ଜାଡେଜାଙ୍କ ବ୍ୟତୀତ ଆଉ କେହି ଭଲ ବିକଳ୍ପ ହୋଇପାରିବେ ନାହିଁ । ଜା଼ଡେଜାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ପୂର୍ବରୁ ଧୋନୀଙ୍କ ବିକଳ୍ପ ଭାବେ ସୁରେଶ ରାଇନାଙ୍କୁ ବିବେଚନା କରାଯାଉଥିଲା । କିନ୍ତୁ ଗତବର୍ଷ ଦଳ ଜାଡେଜାଙ୍କୁ ସାମିଲ କରିବା ପରେ ଭବିଷ୍ୟତ ରଣନୀତି ବାବଦରେ ସ୍ପଷ୍ଟ ଆଭାସ ମିଳିଥିଲା ।
