ଦଳ ବିରୋଧୀ କାର୍ଯ୍ୟ : ନିଲମ୍ବିତ ହେଲେ ସୁନ୍ଦରଗଡ ଜିଲା ଯୁବ ବିଜେଡି ଉପସଭାପତି
ସୁନ୍ଦରଗଡ : ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ । ନିଲମ୍ବିତ ହେଲେ ସୁନ୍ଦରଗଡ ଜିଲା ଯୁବ ବିଜେଡି ଉପସଭାପତି ସୁମନ୍ତ ସାହୁ।
ଏଥର ପୌର ନିର୍ବାଚନରେ ସୁନ୍ଦରଗଡ଼ର ୱାର୍ଡ ନମ୍ବର ୧୬ର ବିଜେଡି ପ୍ରାର୍ଥୀ ସୁମନ୍ତ ପଣ୍ଡାଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦଳର ପୂର୍ବତନ କାଉନସିଲର ଥିବା ସୁମନ୍ତ ସାହୁ ପ୍ରତିଦ୍ବନ୍ଦିତା କରୁଛନ୍ତିଛନ୍ତି। ଏହାକୁ ନେଇ ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟଙ୍କ ନିର୍ଦ୍ଦେଶରେ ସୁମନ୍ତ ସାହୁଙ୍କୁ ଦଳରୁ ନିଲମ୍ବନ କରାଯାଇଛି ବୋଲି ଜିଲ୍ଲା ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
