ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଯାଜପୁର : ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲା ଯଖପୁରା ଥାନା ଅସନବାହାଳୀ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ରବିବାର ଉକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ଯଖପୁର ଗ୍ରାମର ବେଣୁଧର ବେହେରାଙ୍କ ୨୮ ବର୍ଷୀୟ ପୁଅ ବିଦ୍ୟାଧର ବେହେରା।
ସେ ଗତ ତିନି ଦିନ ହେବ ନିଖୋଜ ଥିଲେ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
