ସିବିଏସଇ ପ୍ରଶ୍ନପତ୍ରରେ ତ୍ରୁଟି ମାମଲା, ପିଲାଙ୍କୁ ମିଳିଲା ଫୁଲ ମାର୍କ
ଭୁବନେଶ୍ୱର: ସିବିଏସଇ ପିଲାଙ୍କୁ ମିଳିଲା ଫୁଲ ମାର୍କ । ଦଶମ ଓଡିଆ ପରୀକ୍ଷା ମୂଲ୍ୟାଙ୍କନ ତ୍ରୁଟି ଘଟଣାରେ ପିଲାଙ୍କୁ ଫୁଲ ମାର୍କ ମିଳିଛି । ଟର୍ମ-୧ ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟି ଥିବାରୁ ପିଲାଙ୍କୁ ଫୁଲ ମାର୍କ ମିଳିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଣ୍ଟାରେ ସମସ୍ୟାର ସମାଧାନ କରିଛନ୍ତି । ୨୮୩୧୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।
ବିଶେଷଜ୍ଞ କମିଟିଙ୍କ ରିପୋର୍ଟ ଆଧାରରେ ସିବିଏସସଇ ମାର୍କ ଦେଇଛି । ଭୁଲ୍ ପ୍ରଶ୍ନ ନେଇ ଛାତ୍ର-ଛାତ୍ରୀ ଅଭିଯୋଗ କରିଥିଲେ। ଓଡିଆ ପ୍ରଶ୍ନ ପତ୍ର ଏବଂ ଉତ୍ତରରେ କୌଣସି ସାମଞ୍ଜସ୍ୟ ନଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଦୃଷ୍ଟି ଦେଇଥିଲେ ଏବଂ ୨୪ ଘଣ୍ଟା ଭିତରେ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସିବିଏସଇ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା। ଏହାପରେ ପିଲାଙ୍କ ସମସ୍ୟାର ସମାଧାନ ହୋଇଛି ।
