କରୋନାରେ ସଂକ୍ରମିତ ହେଲେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା
ଓ୍ୱାସିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ଲେଖିଛନ୍ତି ଯେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ହୋଇଥିଲା । କିନ୍ତୁ ଏବେ ଟିକେ ଭଲ ଅନୁଭବ କରୁଛି । ସେହିପରି ମିସେଲ ଏବଂ ମୁଁ ଟିକା ନେଇସାରିଛୁ । ଏବେ ମିସେଲଙ୍କ କରୋନା ପରୀକ୍ଷା ନେଗେଟିଭ ଆସିଛି ।
ସେ ଟ୍ୱିଟରେ କହିଛନ୍ତି ଯେ, ସେ ଟିକା ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଯଦି ଆପଣ ପୂର୍ବରୁ ଟୀକାକରଣ କରିନାହାଁନ୍ତି, ଏବେ କରିନିଅନ୍ତୁ । କହିବାକୁ ଗଲେ କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଆଗକୁ ମଧ୍ୟ ଏହାର ପ୍ରକୋପ ଜାରି ରହିବ ।
