ଟିଣ୍ଡରରେ ଯୋଡିହେଲା ନୂଆ ଫିଚର୍ସ, ମିଳିବ ଡେଟିଂର ନୂଆ ଅନୁଭବ
ମୁମ୍ବାଇ : ଟିଣ୍ଡରରେ ମିଳିବ ଡେଟିଂର ନୂଆ ଅନୁଭବ, ଯୋଡିହେଲା ଅନେକ ନୂଆ ଫିଚର୍ସ। ଟିଣ୍ଡର ପ୍ରୋଫାଇଲରେ ଭିଡିଓ ଏକ୍ସପ୍ଲୋର ସେକସନ୍ ଏବଂ ହଟ୍ ଟେକ୍ସ ସେକସନ୍ ଭଳି ନୂଆ ଫିଚର୍ ଯୋଡ଼ା ଯାଇଛି। ଡେଟିଂ ପ୍ଲାଟଫର୍ମ ଅନୁସାରେ ଟିଣ୍ଡରର ଏହି ନୂଆ ଫିଚର, ଆଗାମୀ ପିଢି ପାଇଁ ଏକ ବିଶେଷ ଭିତ୍ତିପ୍ରସ୍ତର ସୃଷ୍ଟି କରିବ। ଡେଟିଂ ପ୍ଲାଟଫର୍ମ ୟୁଜର୍ସଙ୍କୁ ନିଜ ପ୍ରୋଫାଇଲରେ ଭିଡିଓ ଯୋଡ଼ିବାର ସୁବିଧା ଯୋଗାଇବ। ଏହା ଛଡ଼ା ଟିଣ୍ଡର ହଟ୍ ଟେକ୍ସ ମଧ୍ୟ ଯୋଡ଼ି ହେଉଛି, ଯାହା ଏକ ସୋସିଆଲ ଏକ୍ସପିରିଆନ୍ସ ଯୋଗାଇବ। ଏହା ୟୁଜରଙ୍କୁ କାହା ସହ ମ୍ୟାଚ୍ କରିବା ପୂର୍ବରୁ ଚାଟ୍ କରିବାକୁ ସୁବିଧା ଯୋଗାଇବ। ଶେଷରେ ଏହି ଡେଟିଂ ଆପରେ ଏକ ଏକ୍ସପ୍ଲୋର ସେକସନ୍ ମଧ୍ୟ ଯୋଡ଼ାଯାଉଛି, ଯାହା ୟୁଜରଙ୍କ ରୁଚି ଅନୁସାରେ ଲୋକଙ୍କୁ ଖୋଜିବାରେ ସହାୟକ ହେବ।
ଟିଣ୍ଡର ସିଇଓ ଜିମ୍ ଲେନଜୋନ ଲୋକପ୍ରିୟ ଡେଟିଂ ଆପର ନୂଆ ଫିଚର ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କୋଭିଡ ପରେ ବିଶ୍ୱରେ ଡେଟିଂ କରୁଥିବା ଲୋକେ କିଛି ନୂଆ ଦାବି କରିଥିଲେ। ସେ ନିଜ ବିଶ୍ୱସନୀୟ ବ୍ୟକ୍ତିତ୍ୱକୁ ପ୍ରକାଶ କରିବା ପାଇଁ ଅଧିକ ଉପାୟରେ ମଜାମସ୍ତି କରିବା ଏବଂ ଅନ୍ୟଙ୍କ ସହ କଥାବାର୍ତ୍ତା କରିବା ନେଇ ଦାବି ରଖିଥିଲେ। ସେମାନେ ଟିଣ୍ଡରରେ କିପରି କଥା ହେଉଛନ୍ତି, କେମିତି ଭେଟ ହେଉଛନ୍ତି, ସେନେଇ ଅଧିକ ନିୟନ୍ତ୍ରଣ ଦାବି କରିଥିଲେ। ସେମାନଙ୍କ ଦାବି ଅନୁସାରେ କମ୍ପାନୀ ଟିଣ୍ଡରରେ ଅନେକ ସୁବିଧା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି।
ଏବେ ୟୁଜର୍ସଙ୍କୁ ଟିଣ୍ଡରରେ ଫଟୋ ଛଡ଼ା ନିଜ ପ୍ରୋଫାଇଲରେ ଏକ ଭିଡିଓ ମଧ୍ୟ ଯୋଡ଼ି ପାରିବେ। ଯାହା ୟୁଜରମାନେ ପୂର୍ବରୁ ଅପଲୋଡ୍ କରିଥିବେ। କମ୍ପାନୀ ଅନୁସାରେ, ଭିଡିଓ ଜେନ ଜେଡକୁ ତାଙ୍କ ପ୍ରାମାଣିକ କାହାଣୀକୁ ବର୍ଣ୍ଣନା କରିବାର ଏକ ନୂଆ ମାଧ୍ୟମ ସାଜିବ ଏବଂ ଟିଣ୍ଡରର ବିକାଶକୁ ଏକ ଉତ୍ତମ ଅନୁଭବ ଭାବେ ଆଗତ କରିବ। ଟିଣ୍ଡରର କହିବା କଥା ହେଲା, ଜେନ ଜେଡ ଏହାର ୟୁଜର ବେସର ୫୦ ପ୍ରତିଶତରୁ ଅଧକ ଅଂଶ ରହିଛି।
ଏହା ଛଡ଼ା ଜେନ ଜେଡ ଏବେ ନିଜ ହଟ୍ ଟେକ୍ସ ଫିଚର ସହ ଡେଟିଂ ପ୍ଲାଟଫର୍ମରେ ମ୍ୟାଚ୍ କରିବା ପୂର୍ବରୁ ୟୁଜର୍ସଙ୍କୁ ପରସ୍ପର ସହ ଚାଟ୍ କରିବାକୁ ଦେବ। ନୂଆ ଫିଚରରେ ଏକ ଟାଇମର ମଧ୍ୟ ରହିବ ଏବଂ ୟୁଜର୍ସଙ୍କୁ ଏହା ଶେଷ ହେବା ପୂର୍ବରୁ ନିଷ୍ପତ୍ତି ନେବାକୁ ପଡ଼ିବ। ହଟ୍ ଟେକ୍ସ ପ୍ରତିଦିନ ସଂଧ୍ୟା ୬ଟାରୁ ରାତି ୧୨ ଯାଏ ଉପଲବ୍ଧ ରହିବ। ଏହି ଫିଚର ସୁଆଇପ ନାଇଟ ଉପରେ ଆଧାରିତ, ଯାହା ପ୍ରଥମ ଥର ୧୨ ସେପ୍ଟେମ୍ବରକୁ ଆୟୋଜିତ କରାଯାଇଥିଲା। ଯେଉଁଠି ୟୁଜର୍ସ ଏକ ସେୟାର୍ଡ଼ ଷ୍ଟୋରିଲାଇନରେ ଭାଗ ନେଇଥିଲେ।
ଲୋକପ୍ରିୟ ଡେଟିଂ ଆପ୍ ଟିଣ୍ଡର ଆଉ ଏକ ନୂଆ ଫିଚର ଏକ୍ସପଲର ସେକସନ୍ ମଧ୍ୟ ସାମିଲ କରିବ। ଯାହା ୟୁଜର୍ସଙ୍କ ସେୟାର୍ଡ଼ ଇଣ୍ଟିରେଷ୍ଟ ଏବଂ ପେଶନ ଆଧାରରେ ନୂଆ ଲୋକଙ୍କୁ ଖୋଜିବାରେ ସହଯୋଗ କରିବ। ଉଦାରଣ ସ୍ୱରୂପ, ଯଦି ଜଣେ ୟୁଜର ରୋଲର ସ୍କେଟିଂ କିମ୍ବା ବ୍ୟାଙ୍କିଂରେ ରୁଚି ରଖେ, ତେବେ ରୋଲର ସ୍କେଟିଂ କିମ୍ବା ବ୍ୟାଙ୍କିଂରେ ରୁଚି ରଖୁଥିବା ଲୋକଙ୍କୁ ସହଜରରେ ଖୋଜି ହେବ। ଟିଣ୍ଡର ଏହା ମଧ୍ୟ ଘୋଷଣା କରିଛି ଯେ, ଆଗାମୀ କିଛି ସପ୍ତାହରେ ସେ ହଟ୍ ଟେକ୍ସ ଏବଂ ଅନ୍ୟ ଇନ୍-ଆପ୍ ଇଭେଣ୍ଟକୁ ଏକ୍ସପ୍ଲୋର ସେକସନରେ ଏକାସଙ୍ଗେ ରଖି ଦିଆଯିବ। ଏକ୍ସପିଲରେ ବ୍ୟତୀତ ଅନ୍ୟ ନୂଆ ଫିଚର୍ସକୁ ମଧ୍ୟ ୟୁଜର୍ସଙ୍କ ପାଇଁ ରୋଲ୍ ଆଉଟ୍ କରାଯାଇଛି।
