ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ
ଶ୍ରୀନଗର: ଅସୁସ୍ଥ ବିଏସ୍ଏଫ୍ କର୍ମଚାରୀଙ୍କୁ ଆଣିବାକୁ ଯିବା ବାଟରେ ଭାରତୀୟ ବାୟୁସେନାର ଏକ ଚିତା ହେଲିକପ୍ଟଟର ଶୁକ୍ରବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉତର କଶ୍ମୀରର ଗୁରେଜ୍ ସେକ୍ଟରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ହେଲିକପ୍ଟଟର ପାଇଲଟ୍ଙ୍କ ମୃତ୍ୟୁ ଘଟିଥିବା ବେଳେ ସହ-ପାଇଲଟ୍ ଆହତ ହୋଇଛନ୍ତି ବୋଲି ସେନା ଅଧିକାରୀମାନେ କହିଛନ୍ତି ।
ଦୁର୍ଘଟଣାରେ ଆହତ ସହ-ପାଇଲଟଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଏକ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ବୋଲି ସେମାନେ କହିଛନ୍ତି । ଜଣେ ସେନା ଅଧିକାରୀ ଦୁର୍ଝଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ହେଲିକପ୍ଟଟରଟି ଅବତରଣ କରିବାକୁ ଯାଉଥିଲା । କିନ୍ତୁ ଖରାପ ପାଣିପାଗ ପରିସ୍ଥିତି ହେତୁ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଲା । ଉତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରର ଗୁଜରାନ ନାଲାହ ନିକଟରେ ଏହି ଦୁର୍ଘଟଣା ଘଟିଛି । ଅଧିକାରୀମାନେ କହିଛନ୍ତି ଯେ ଅନୁସନ୍ଧାନ କାରୀ ଦଳ ବଂଚିଥିବା ଲୋକଙ୍କୁ ଖୋଜୁଥିବା ବେଳେ ଦୁର୍ଘଟଣା ସ୍ଥଳକୁ ଯିବାକୁ ରାସ୍ତା ନଥିବାରୁ ଉଦ୍ଧାରକାରୀ ଦଳକୁ ପାଦରେ ପଠାଯାଇଛି ।
