ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପଏଂଟ ତାଲିକା : ଶୀର୍ଷରେ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ : ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ରାୱଲପିଣ୍ଡିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର ରହିଛି । ଡ୍ର ପରେ ବି ପାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ପଏଂଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି । ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି ।
ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଭାରତ । ଏହା ପରେ ବି ଭାରତ ପଏଂଟ ତାଲିକାରେ ପାକିସ୍ତାନଠୁ ତଳେ ରହିଛି । ଅଷ୍ଟ୍ରେଲିଆ ଦଳ ୭୭.୭୭ ପ୍ରତିଶତ ଅଙ୍କ ସ ହ ପ୍ରଥମ ସ୍ଥାନରେ ଥିବା ବେଳେ ପାକିସ୍ତାନ ୬୬.୬୬ ପ୍ରତିଶତ ଅଙ୍କ ସହ ଦ୍ୱିତୀୟରେ ରହିଛି । ଏହି ସିଜିନରେ ଅଷ୍ଟ୍ରେଲିଆ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ହାରି ନାହିଁ । ଶ୍ରୀଲଙ୍କା ତୃତୀୟ ଏବଂ ଦକ୍ଷିଣ ଆଫ୍ରିକା ଚତୁର୍ଥ ସ୍ଥାନରେ ରହିଛି । ଭାରତୀୟ ଦଳ ୫୪.୧୬ ପ୍ରତିଶତ ଅଙ୍କ ସହ ତାଲିକାର ପଂଚମ ସ୍ଥାନରେ ରହିଛି । ଭାରତ ଏ ପର୍ଯ୍ୟନ୍ତ ୬୫ ପଏଂଟ ହାସଲ କରିଛି । କିନ୍ତୁ ପଏଂଟ ଟେବୁଲ୍?ରେ ବିଜୟ ପ୍ରତିଶତ ଆଧାରରେ ରାଙ୍କିଙ୍ଗ ନିର୍ଦ୍ଧାରଣ କରାଯାଏ । ଏଥିପାଇଁ ଭାରତ ଏବେ ମଧ୍ୟ ପାକିସ୍ତାନ ପରି ଦଳଠୁ ପଛରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଏହା ଦ୍ୱିତୀୟ ସଂସ୍କରଣ, ଯାହା ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଚାଲିବ । ଟେଷ୍ଟ ମ୍ୟାଚ୍ ଜିତିଲେ ଦଳକୁ ୧୨ ପଏଂଟ, ମ୍ୟାଚ୍ ଡ୍ର ରହିଲେ ୪ ପଏଂଟ ଏବଂ ଟାଇ ରହିଲେ ୬ ପଏଂଟ ମିଳିବ । ସେପଟେ ମ୍ୟାଚ୍ ଜିତିଲେ ୧୦୦ ପ୍ରତିଶତ, ଟାଇ ହେଲେ ୫୦ ପ୍ରତିଶତ ଏବଂ ଡ୍ର ହେଲେ ୩୩.୩୩ ପ୍ରତିଶତ ଅଙ୍କ ମିଳିବ । କୌଣସି ଦୁଇ ମ୍ୟାଚ୍ର ସିରିଜ୍ରେ ମୋଟ୍ ୨୫ ପଏଂଟ ଏବଂ ପାଂଚ ମ୍ୟାଚ୍ର ସିରିଜ୍ରେ ୬୦ ପଏଂଟ ରହିଛି ।
