ଆଲର୍ଟ ! ୨୨୩ଟି ଟ୍ରେନ୍ ବାତିଲ୍, ଯାତ୍ରା ପୂର୍ବରୁ ଚେକ୍ କରନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ଲାଇଫ୍ ଲାଇନ୍ ଭାବେ ପରିଚିତ। ରେଳ ସେବାର ସୁଯୋଗ ନେଇ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି। ରେଳବାଇ ସର୍ବଦା ଯାତ୍ରୀମାନଙ୍କ ସୁବିଧା ପାଇଁ ଅନେକ ଚେଷ୍ଟା ଜାରି ରଖିଛି। ଯାତ୍ରୀଙ୍କୁ ଉପଯୁକ୍ତ ସେବା ଯୋଗାଇବାପାଇଁ ବିଭାଗ ପ୍ରତିଜ୍ଞାବଦ୍ଧ। କିନ୍ତୁ ବେଳେ ବେଳେ କୌଣସି ନା କୌଣସି କାରଣ ପାଇଁ ଟ୍ରେନ୍ ଗୁଡିକ ବାତିଲ୍ କିମ୍ବା ଡାଇଭର୍ଟ ହୁଏ। ସେତେବେଳେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ।
ଆଜି ଅର୍ଥାତ୍ ୮ ମାର୍ଚ୍ଚ ୨୦୨୨ରେ ମଧ୍ୟ ଅନେକ ଟ୍ରେନ୍ ବାତିଲ ହୋଇଛି। ତେବେ ଆଜି ରେଳ ଷ୍ଟେସନ ଛାଡିବା ପୂର୍ବରୁ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ନଚେତ୍ ଆପଣଙ୍କୁ ପରେ ଷ୍ଟେସନରୁ ଫେରିବାକୁ ପଡିପାରେ। ଟ୍ରେନର ବାତିଲ, ରିସିଡ୍ୟୁଲ୍ ଏବଂ ଡାଇଭର୍ଟ ପଛରେ ଅନେକ କାରଣ ଥାଇପାରେ। କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକର ମରାମତି, ବର୍ଷା, କୁହୁଡ଼ି, ଝଡ ଇତ୍ୟାଦି। ଟ୍ରାକରେ ପାଣି ଲଗିବା, ଖରାପ ପାଗ ପାଇଁ ମଧ୍ୟ ଟ୍ରେନକୁ ବାତିଲ କରିବାକୁ ପଡିପାରେ। ବିଭିନ୍ନ କାରଣରୁ ମଙ୍ଗଳବାର ରେଳବାଇ ୨୨୩ଟି ଟ୍ରେନ୍ ବାତିଲ କରିଛି।
ମଙ୍ଗଳବାର ରେଳଯାତ୍ରା କରିବାକୁ ଯିବା ପୂର୍ବରୁ ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବା ଜରୁରୀ। ରେଳବାଇ ଦିନକ ପାଇଁ ମୋଟ ୨୨୩ ଟ୍ରେନ୍ ବାତିଲ କରିଛି। ଏଥିସହିତ ରେଳବାଇ ୪ଟି ଟ୍ରେନକୁ ରିସିଡ୍ୟୁଲ କରିବାକୁ ନିଷ୍ପତ୍ତି ନେଇଛି ଏବଂ ୧୪ଟି ଟ୍ରେନକୁ ଡାଇଭର୍ଟ କରାଯାଇଛି। ଏପରି ପରିସ୍ଥିତିରେ ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ ଚାହାଁନ୍ତି, ତେବେ ଆପଣ ନିଜ ମୋବାଇଲ୍, ଲାପଟପରେ ସହଜରେ ଯାଞ୍ଚ କରିପାରିବେ। ତେବେ ଆସନ୍ତୁ ଜାଣିବା ଟ୍ରେନଗୁଡିକର ବାତିଲ୍, ରିସିଡ୍ୟୁଲ ଏବଂ ଡାଇଭର୍ଟ ତାଲିକା କିପରି ଯାଞ୍ଚ କରିବେ-
ବାତିଲ, ଡାଇଭର୍ଟ ଏବଂ ରିସିଡ୍ୟୁଲ ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ଭିଜିଟ୍ କରନ୍ତୁ। ସେଠାରେ ଏକ୍ସପ୍ରେସନାଲ ଟ୍ରେନ୍ ଅପ୍ସନ୍ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ। ତା’ପରେ ବାତିଲ୍, ରିସିଡ୍ୟୁଲ ଏବଂ ଡାଇଭର୍ଟ ଟ୍ରେନ ତାଲିକା ଉପରେ କ୍ଲିକ୍ କରନ୍ତୁ। ବାତିଲ ହୋଇଥିବା ଟ୍ରେନ୍ ତାଲିକାରେ ଉଭୟ ଟ୍ରେନ୍ ନମ୍ବର ଏବଂ ନାମ ଯାଞ୍ଚ କରନ୍ତୁ । ଯଦି ଆପଣଙ୍କ ଟ୍ରେନର ନାମ ତାଲିକାରେ ନାହିଁ, ତେବେ ଯାତ୍ରା ପାଇଁ ଘରୁ ବାହାରକୁ ଯାଆନ୍ତୁ।
