ଡ. ସୁନୀତି ମୁଣ୍ଡ ବିଜେପିର ବିଏମସି ମେୟର ପ୍ରାର୍ଥୀ
ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଜେପିର ମହାନଗର ନିଗମ (ବିଏମସି) ମେୟର ପଦବୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଡ. ସୁନୀତି ମୁଣ୍ଡଙ୍କୁ ବିଜେପି ପକ୍ଷରୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଏହା ପୂର୍ବରୁ ବିଧିବଦ୍ଧ ଭାବେ ବିଜେଡି ମେୟର ପଦବୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ,ବ୍ ରହ୍ମପୁର ପାଇଁ ସଂଘମିତ୍ରା ଦଳେଇ ଓ କଟକ ପାଇଁ ସୁବାସ ସିଂଙ୍କ ନାମ ଘୋଷଣା କରାଯାଇଥିଲା । ପୂର୍ବରୁ କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥଙ୍କ ନାମ ଘୋଷଣା କରିସାରିଛି । ଭୁବନେଶ୍ୱର ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ ।
