ଋଷିଆ-ୟୁକ୍ରେନ ଯୁଦ୍ଧ! ଆଜି ବସିବ ନାଟୋ ବୈଠକ
General view of the meeting
ନୂଆଦିଲ୍ଲୀ : ଆଜି ବସିବ ନାଟୋ ବୈଠକ । ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏହି ଜରୁରୀ ବୈଠକ ବସିବ । ନାଟୋର ସମସ୍ତ ସଦସ୍ୟ ରାଷ୍ଟ୍ର ଏଥିରେ ଯୋଗ ଦେବେ । ଗତ ସପ୍ତାହରେ ଋଷର ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଥିଲା ନାଟୋ । ଏବଂ ଋଷ ବିରୋଧରେ ଯୁଦ୍ଧ କରିବ ବୋଲି ମଧ୍ୟ ଚେତାବନି ଦେଇଥିଲା । ତେବେ ଏସବୁ ସତ୍ତେ୍ୱ ବି ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ।
ୟୁକ୍ରେନ ଉପରେ ଋଷ ଲଗାଇଥିବା ନୋ ଫ୍ଲାଏ ଜୋନକୁ ମଧ୍ୟ ପ୍ରତ୍ୟାଖାନ କରିଛି ନାଟୋ । ୟୁକ୍ରେନ ଉପରେ ଯୁଦ୍ଧ ଦିନକୁ ଦିନ ବିଗିଡିବାରେ ଲାଗିଛି, ବର୍ତ୍ତମାନ ସୁଦ୍ଧା ୭୫୦ ରୁ ଅଧିକ ସାଧାରଣ ନାଗରିକ ଆହତ ହୋଇଛନ୍ତି କିନ୍ତୁ ସରକାରୀ ଆକଳନ ଅଧିକ ହୋଇପାରେ। ବର୍ତ୍ତମାନ ପର୍ୟ୍ୟନ୍ତ ପ୍ରାୟ ଏକ ଲକ୍ଷ ଲୋକ ଦେଶ ଛାଡି ପଳାଇଛନ୍ତି ଏବଂ ମିଳିତ ଜାତିସଂଘ ପୂର୍ବାନୁମାନ କରିଛି ଯେ ଏହି ସଂଖ୍ୟା ଶେଷରେ ଚାରି ଲକ୍ଷକୁ ବୃଦ୍ଧି ପାଇପାରେ।
