ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ : ଭାରତର ଷ୍ଟାଣ୍ଡକୁ ନେଇ ମୋଦି ସରକାରଙ୍କୁ ସମର୍ଥନ କଲା କଂଗ୍ରେସ
ନୂଆଦିଲ୍ଲୀ : ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତ ଭୋଟ୍ ନଦେବାକୁ ନେଇ ଗୁରୁବାର ଦିନ କଂଗ୍ରେସ ନେତାମାନେ କେନ୍ଦ୍ରର ଷ୍ଟାଣ୍ଡକୁ ସମର୍ଥନ କରିଛନ୍ତି । ଖବର ଅନୁସାରେ କୁହାଯାଉଛି ଯେ ବୈଦେଶିକ ମାମଲାକୁ ନେଇ ସଂସଦର ଏକ ପରାମର୍ଶଦାତା କମିଟିର ବୈଠକରେ ବିରୋଧୀ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି ।
ୟୁକ୍ରେନରେ ଉପରେ ଋଷର ଆକ୍ରମଣ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ସଂସଦୀୟ କମିଟିରେ ଭାରତ ଉଠାଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି । ସେ ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସୂତ୍ରରୁ ପ୍ରକାଶ ଯେ ୟୁଏନଜିଏରେ ଭୋଟ୍ ନଦେବା ପାଇଁ ସରକାରଙ୍କ ଆଭିମୁଖ୍ୟକୁ କଂଗ୍ରେସ ନେତା ସମର୍ଥନ କରିଛନ୍ତି । କହି ରଖୁଛୁ ଯେ ମିଳିତ ଜାତିସଂଘର ସାଧାରଣ ସଭାରେ ଋଷ ବିରୋଧରେ ଭୋଟ୍ ଦେବାକୁ ନେଇ ଭାରତ ପୁଣି ଥରେ ଅନୁପସ୍ଥିତି ରହିଛି ।
ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶଶି ଥରୁର, ଆନନ୍ଦ ଶର୍ମା, ଶିବସେନାର ପ୍ରିୟଙ୍କା ଚତ୍ରୁର୍ବେଦୀ, ଆରଜେଡି ଦଳର ପ୍ରେମଚନ୍ଦ୍ର ଗୁପ୍ତା, ବିଜେପିର ଜିଭିଏନ୍ ନରସିଂହ ରାଓ ଅଂଶଗ୍ରହଣ କରିଥିଲେ । ଏଥିରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବ୍ୟତୀତ ମନ୍ତ୍ରଣାଳୟର ଅନେକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହି ବୈଠକରେ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ୟୁକ୍ରେନର ପରିସ୍ଥିତି ଏବଂ ଭାରତୀୟମାନଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ବୈଠକ ପରେ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ ୟୁକ୍ରେନର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ବୈଠକ ଶେଷ ହୋଇଛି । ଏହି ପ୍ରସଙ୍ଗର ରଣନୈତିକ ତଥା ମାନବିକତା ଉପରେ ଏକ ଭଲ ଆଲୋଚନା ହୋଇଥିଲା । ସେ କହିଛନ୍ତି ଯେ ୟୁକ୍ରେନରୁ ସମସ୍ତ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ସପକ୍ଷରେ ଏକ ଦୃଢ଼ ତଥା ସର୍ବସମ୍ମତ ବାର୍ତ୍ତା ।
ଏହି ବୈଠକ ପରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଟ୍ୱିଟ୍ କରି କହିଛନ୍ତି ଯେ ୟୁକ୍ରେନ ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଜଡିତ ପରାମର୍ଶଦାତା କମିଟିର ବୈଠକ । ଆମର ପ୍ରଶ୍ନ ଏବଂ ଚିନ୍ତାଧାରାର ବିସ୍ତୃତ ସୂଚନା ଏବଂ ସଠିକ୍ ଉତ୍ତର ପାଇଁ ମୁଁ ଏସ ଜୟଶଙ୍କର ଏବଂ ତାଙ୍କ ସହକର୍ମୀଙ୍କୁ ଧନ୍ୟବାଦ ଦେଉଛି । ଏହା ହେଉଛି ଆତ୍ମା ଯାହା ଉପରେ ବୈଦେଶିକ ନୀତି ଅନୁସରଣ କରାଯିବା ଉଚିତ୍ । ସେ କହିଛନ୍ତି ଯେ ୬ଟି ରାଜନୈତିକ ଦଳର ନଅଜଣ ସାଂସଦ ଏହି ସଭାରେ ଭାଗ ନେଇଥିଲେ । କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀଙ୍କ ଠାରୁ ଆନନ୍ଦ ଶର୍ମା ଏବଂ ମୁଁ ଏଥିରେ ଯୋଗ ଦେଇଥିଲି । ଖୋଲାଖୋଲି ଭାବେ ଏକ ଆନ୍ତରିକ ପରିବେଶରେ ଆଲୋଚନା କରାଯାଇଥିଲା ।
