ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ବିବାହ! ୟୁକ୍ରେନର ଓଡେଶା ବୋମା ଆଶ୍ରୟସ୍ଥଳରେ ବିବାହ ବନ୍ଧନରେ ବାନ୍ଧିହେଲେ ଯୁବକ-ଯୁବତୀ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ। ଏହାରି ମଧ୍ୟରେ ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ୮ ଦିନ ବିତିିି ଗଲାଣି । ଗୋଟିଏ ପରେ ଗୋଟିଏ ସହର ଋଷିଆ ଅଧିକାର କରିଚାଲିଛି । ଋଷ ଆକ୍ରମଣରେ ୟୁକ୍ରେନର ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ୟୁକ୍ରେନର ଓଡେଶା ବୋମା ଆଶ୍ରୟସ୍ଥଳରେ ବିବାହ କରିଛନ୍ତି ଦୁଇ ଯୁବକ ଯୁବତୀ । ବାହାରେ ଗର୍ଜୁଥିଲା କମାଣ । ତୋପ ମାଡ଼ରେ ଧରାସାୟୀ ନଭଶ୍ଚୁମ୍ବି ଅଟ୍ଟାଳିକା । ଯୁଦ୍ଧ ବିମାନର ଗର୍ଜନରେ କିଛି ଶୁଭୁ ନଥିଲା । ଠିକ ଏତିକି ବେଳେ ପରଷ୍ପରର ସାଥୀ ହେବା ପାଇଁ ଯୁବକ ଯୁବତୀ ନେଇ ଥିଲେ ଶପଥ । ଏକ ଗଣମାଧ୍ୟମ ଏହି ବିବାହ ସମାରୋହର ଚିତ୍ର ସେୟାର କରିଛି ।
ୟୁକ୍ରେନର ଓଡେଶା ଅଞ୍ଚଳରେ ଋଷିଆ କରୁଥିଲା ଘନଘନ ତୋପ ମାଡ଼ । ଆକାଶରେ ଗର୍ଜନ କରୁଥିଲା ଯୁଦ୍ଧ ବିମାନ । ଏହାରି ଭିତରେ ୨ ଯୁବକ ଯୁବତୀ ଦେଖୁଥିଲେ ସୁନେଲୀ ସ୍ୱପ୍ନ । ଆଗାମୀ ଭବିଷ୍ୟତର ସୁଦିନକୁ ସେମାନେ ସାଉଣ୍ଟୁଥିଲେ । ବୋମାମାଡ ଓ ଯୁଦ୍ଧ ବିମାନର ଗର୍ଜନ ଭିତରେ ସେମାନେ ଶୁଣି ପାରିନଥିଲେ ବିବାହ ବେଲ । ଘନଘନ ବିସ୍ଫୋରଣକୁ ସେମାନେ ଭାବି ନେଇଥିଲେ ରୋଶନି । ଆଉ ଯୁଦ୍ଧ ବିମାନର ଗର୍ଜନ ତାଙ୍କ ପାଇଁ ଥିଲା ସାହାନାଇ ।
ସୂଚନା ଯେ, ୟୁକ୍ରେନର ସାଧାରଣ ନାଗରିକମାନେ ମଧ୍ୟ ଏହି ଯୁଦ୍ଧରେ ଭାଗ ନେଉଛନ୍ତି, ଏହି ସମୟ ମଧ୍ୟରେ ଜଣେ ୟୁକ୍ରେନ ମହିଳାଙ୍କ ବିବାହ ଆଲୋଚନା ହେଉଥିଲା। କାରଣ ମହିଳା ଜଣକ ଜଣେ ଭାରତୀୟ ଯୁବକଙ୍କୁ ବିବାହ କରିଥିଲେ । ଗତ କିଛିଦିନ ତଳେ ଯେତେବେଳେ ହାଇଦ୍ରାବାଦରେ ରିସେପ୍ସନ୍ ପରେ ଦୁହେଁ ଏକ ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ପହଞ୍ଚିଥିଲେ, ସେତେବେଳେ ସେମାନଙ୍କର ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ହାଇଦ୍ରାବାଦର ପ୍ରତୀକ ନିଜେ ୟୁକ୍ରେନର ମହିଳା ବିଉ ଲ୍ୟୁବୋଭଙ୍କୁ ବିବାହ କରିଛନ୍ତି । ଖବର ଅନୁଯାୟୀ, ବିବାହ ପରେ ଦୁହେଁ ଭାରତ ଛାଡିବା ଠିକ୍ ପରଦିନ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଦୁହେଁ ହାଇଦ୍ରାବାଦରେ ସେମାନଙ୍କର ବିବାହ ରିସେପ୍ସନ୍ ଆୟୋଜନ କରିଥିଲେ । ଯେଉଁଥିରେ ଚିଲ୍କୁର ବାଲାଜୀ ମନ୍ଦିରର ମୁଖ୍ୟ ପୁରୋହିତ ରଙ୍ଗରାଜନ୍ ଙ୍କ ଉପସ୍ଥିତ ରହି ନବ ବିବାହିତାଙ୍କୁ ଆଶୀର୍ବାଦ ଦେଇଥିଲେ । ମହିଳା ଜଣକ ୟୁକ୍ରେନରୁ ଆସିଛନ୍ତି ଏବଂ ମହିଳା ହାଇଦ୍ରାବାଦ ନିବାସୀ ପ୍ରତୀକଙ୍କୁ ବିବାହ କରିଛନ୍ତି। କୁହାଯାଉଛି ଯେ ଉଭୟେ ୟୁକ୍ରେନରେ ସାକ୍ଷାତ ହୋଇଥିଲେ। ବରର ପିତାମାତା ନିଜ ପୁଅ ଏବଂ ୟୁକ୍ରେନର ଝିଅର ବିବାହରେ ବହୁତ ଖୁସି ଅଛନ୍ତି ।
