୩ଦିନରେ ୨୬ ବିମାନ ଯୋଗେ ଭାରତ ଫେରିବେ ୟୁକ୍ରେନରେ ଫସିଥିବା ଭାରତୀୟ
ନୂଆଦିଲ୍ଲୀ : ଋଷ-ୟୁକ୍ରେନରେ ଯୁଦ୍ଧର ଭୟଙ୍କର ପରିସ୍ଥିତି ଦେଖାଦେଇଥିବା ବେଳେ ଏବେବି ସେଠାରେ ଫସିରହିଛନ୍ତି ଅନେକ ଭାରତୀୟ । ଯୁଦ୍ଧକାଳୀନ ସ୍ଥିତିରେ କିଭଳି ସେମାନଙ୍କୁ ସ୍ୱଦେଶ ଫେରାଇ ଅଣାଯିବ ସେନେଇ ଚାଲିଛି ତର୍କ ବିତର୍କ । ପୂର୍ବରୁ ୟୁକ୍ରେନ ଛାଡ଼ିବାକୁ ଭାରତୀୟ ଦୂତାବାସ ପକ୍ଷରୁ ଆଡ଼ଭାଇଜରୀ ଜାରି ହୋଇଥିବା ବେଳେ ଏବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ଦେଖିବାକୁ ମିଳିଛି । ଆସନ୍ତା ୩ଦିନ ମଧ୍ୟରେ ୨୬ ବିମାନ ଯୋଗେ ଭାରତ ଫେରିବେ ୟୁକ୍ରେନରେ ଫସିଥିବା ଭାରତୀୟ । ରୋମାନିଆ, ହଙ୍ଗେରୀ ଦେଇ ଭାରତୀୟଙ୍କୁ ଆଣିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।
ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିଭିନ୍ନ ଅଞ୍ଚଳରେ ଥିବା ଭାରତୀୟଙ୍କ ସହ ଯୋଗାଯୋଗ କରୁଛନ୍ତି । ଅନ୍ୟପଟେ ୟୁକ୍ରେନରେ ଭାରତୀୟ ଦୂତାବାସକୁ ଖାଲି କରାଯାଇଥିବା ବେଳେ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଭାରତୀୟଙ୍କୁ ଯେକୌଣସି ଉପାୟରେ ୟୁକ୍ରେନ୍ ସୀମା ପର୍ୟ୍ୟନ୍ତ ଆସିବା ପାଇଁ କୁହାଯାଇଛି । ବଙ୍କର ଭିତରେ ଲୁଚିଥିବା ଛାତ୍ରଛାତ୍ରୀମାନେ ଭୟଭିତ ଅବସ୍ଥାରେ ଅଛନ୍ତି । କିଭଳି ସେମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ଫେରାଇ ଅଣାଯିବ ଯୁଦ୍ଧକାଳୀନ ପରିସ୍ଥିତିରେ ଏବେ ସମୀକ୍ଷା ଚାଲିଛି ।
