ଋଷର ସମସ୍ତ ପ୍ରଡକ୍ଟକୁ ନିଷେଧାଦେଶ ଜାରି କଲା ଆପଲ୍
ନୂଆଦିଲ୍ଳୀ : ୟୁକ୍ରେନରେ ଜାରି ରହିଛି ଘମାଘୋଟ୍ ଲଢେଇ । ପଛକୁ କେହି ହଟିବାରେ ନାଁ ଧରୁ ନାହାନ୍ତି । ଋଷ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ଯୁଦ୍ଧ ମଧ୍ୟରେ ବିଶ୍ୱର ଅନେକ ଦେଶ ତଥା ଆନ୍ତର୍ଜାତୀୟ ସଂଗଠନ ଋଷିଆ ଉପରେ ଅନେକ କଠୋର ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ଏହି ସମୟରେ, ୟୁକ୍ରେନ ଉପରେ ହୋଇଥିବା ହମଲା ବିରୋଧରେ ଟେକ୍ କମ୍ପାନୀ ଗୁଡିକ ଋଷିଆ ଉପରେ କଠୋର ହେଉଥିବାର ଦେଖିବାକୁ ମିଳିଛି । ଋଷିଆ ସୈନିକମାନଙ୍କ ଦ୍ୱାରା ୟୁକ୍ରେନ କରାଯାଉଥିବା ଆକ୍ରମଣରେ ଆପଲ୍ ଋଷର ସମସ୍ତ ପ୍ରଡକ୍ଟକୁ ନିଷେଧାଦେଶ ଜାରି କରିଛି । ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶର ସରକାର ଏବଂ ବଡ ବଡ କମ୍ପାନୀଗୁଡିକ ଆନ୍ତର୍ଜାତୀୟ ଆଲୋଚନା କରିଛନ୍ତି । ଏଥି ସହିତ ଋଷକୁ ଅନେକ ଦିଗରେ ଅଲଗା କରିବା ପାଇଁ ପ୍ରୟାସ ମଧ୍ୟ କରାଯାଉଛି ।
ବିଶ୍ୱର ପ୍ରସିଦ୍ଧ ଟେକ୍ କମ୍ପାନୀ ଆପଲ୍ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି କି ସେମାନେ ଋଷରେ ସମସ୍ତ ଉତ୍ପାଦ ବିକ୍ରୟ ବନ୍ଦ କରି ଦେଇଛନ୍ତି । ଗତ ସପ୍ତାହରେ ଆମେ ଦେଶର ବିକ୍ରୟ ଚ୍ୟାନେଲରେ ସମସ୍ତ ରପ୍ତାନି ବନ୍ଦ କରିଥିଲୁ । ଆଇଫୋନ୍ ନିର୍ମାତା ଆପଲ୍ ପେ ଏବଂ ଅନ୍ୟାନ୍ୟ ସେବାକୁ ସୀମିତ ଥିବା ମଧ୍ୟ ଘୋଷଣା କରିଛି । ଆପଲ୍ ଏହାର ଆପ୍ ଷ୍ଟୋରରୁ ଋଷର ନ୍ୟୁଜ୍ ଆପ୍ ଆରଟି ଏବଂ ସ୍ପୁତନିକ୍ ହଟାଇ ଦେଇଛି । ଆପଲ୍ ଦ୍ୱାରା ନିଆଯାଇଥିବା ନିଷ୍ପତି ପରେ ମାଏଖାଇଲୋ ଫେଡୋରୋଭ୍ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଏହା ଆପଲ୍ର ଏକ ରିପୋର୍ଟରେ କୁହାଯାଇଛି କି ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ଆମେ ଗଭୀର ଭାବରେ ଚିନ୍ତିତ ଏବଂ ୟୁକ୍ରେନରେ ଚାଲିଥିବା ହିଂସା ପୀଡିତଙ୍କ ପରିବାରକୁ ସମର୍ଥନ କରୁଛୁ । ଆପଲ୍?ର କହିବା ଅନୁଯାୟୀ ସେମାନେ ଶାନ୍ତି ସପକ୍ଷରେ ଅଛନ୍ତି ଏବଂ ଏହି ଯୁଦ୍ଧରେ ପୀଡିତାମାନ ସହତି ଅଛନ୍ତି ।
