କିଭରେ ପୁଣି ବିସ୍ଫୋରଣ, ଋଷର ୨ ଯୁଦ୍ଧ ବିମାନକୁ ଖସାଇଲା ୟୁକ୍ରେନ
ନୂଆଦିଲ୍ଲୀ : ଅଶାନ୍ତ ହୋଇଛି ପୃଥିବୀ । ୟୁରୋପୀୟ ଦେଶ ମଧ୍ୟରେ ଶାନ୍ତି ଭଙ୍ଗ ହୋଇଛି । ତା ସହିତ ପ୍ରଭାବ ପଡ଼ିଛି ସାରା ବିଶ୍ୱ ଉପରେ । ମୁହାଁ ମୁହିଁ ହୋଇଛନ୍ତି ଦୁଇ ପଡ଼ୋଶୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ୍। ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ସାରା ବିଶ୍ୱକୁ ସ୍ତବ୍ଧ କରିଛି । ୟୁକ୍ରେନ ସେନାଙ୍କ ସମସ୍ତ ଆଡ୍ଡା ଠାରୁ ଆରମ୍ଭ କରି ସବୁ ଏୟାରବେସକୁ ରୁଷ ଧ୍ୱଂସ କରିଦେଇଥିବା ଜଣାପଡ଼ିଛି ।
ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଗୁରୁବାରଠାରୁ ଆରମ୍ଭ ଏହି ଭୟଙ୍କର ଲଢେଇରେ ଏବେଯାଏଁ ୧୩୭ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ୟୁକ୍ରେନ ରାଜଦାନୀ କିଭରେ ମିସାଇଲ ମାଡ କରିଛି ଋଷ । କିଭରେ ଶୁକ୍ରବାର ସକାଳେ ଦୁଇଟି ମିସାଇକ୍ ଆକ୍ରମଣ ହୋଇଛି । ଏହାସହ ଋଷର ଦୁଇଟି ଏୟାରକ୍ରାଫ୍ଟକୁ ୟୁକ୍ରେନ ଆକ୍ରମଣ କରି ଖସାଇ ଦେଇଥିବା ଦାବି କରୁଛି ।ୟୁକ୍ରେନ ଦାବି କରିଛି ଯେ, ଋଷର ମଧ୍ୟ ଭୟଙ୍କର କ୍ଷତି ହୋଇଛି । ଏବେସୁଦ୍ଧା ପୁଟିନଙ୍କ ୭ଟି ଏୟାରକ୍ରାଫ୍ଟ ଓ ୬ ହେଲିକପ୍ଟର ଓ ୩୦ଟି ଟ୍ୟାଙ୍କ ନଷ୍ଟ କରିଛି ୟୁକ୍ରେନ୍ ।
