ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତମନ୍ତ୍ରୀ
ଭୁବନେଶ୍ୱର: ତିନି ଦିନିଆ ଓଡିଶା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇଷ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ । ଗୁରୁବାର ଅପରାହ୍ନ ୫ଟା ୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ । ସେଠାରୁ ଏକ ଘରୋଇ ହୋଟେଲ ଯାଇ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂ । ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟ ମୂଳକ ସାକ୍ଷାତକାରରେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ରାତ୍ରୀ ଭୋଜନ ମଧ୍ୟ କରିଛନ୍ତି । ଏହାପରେ କୋଣାର୍କ ଓ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ୨୫ ଓ ୨୬ ଫେବ୍ରୁଆରୀରେ କୋଣାର୍କ ଓ ଭୁବନେଶ୍ୱରଠାରେ ହେବ ଦୁଇ ଦିନିଆ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀଙ୍କ ସହ ଯୋଗ ଦେବେ ବରିଷ୍ଠ ଅଧିକାରୀ ଓ ଶିଳ୍ପ ଜଗତର ପ୍ରତିନିଧି ।
