ୟୁକ୍ରେନର ଡୋନବାସ ଅଞ୍ଚଳରେ ରୁଷ ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ
A woman walks by a photographic memorial for those killed in the confrontation between Ukraine's military and the pro-Russia separatist forces in Sievierodonetsk, Luhansk region, eastern Ukraine, Wednesday, Feb. 23, 2022. The head of Ukraine's National Security and Defense Council called for a nationwide state of emergency — subject to parliamentary approval. (AP Photo/Vadim Ghirda)
ନୂଆଦିଲ୍ଲୀ : ୟୁକେନ୍ର ଓ ଋଷ ମଧ୍ୟରେ ଚାଲିଥିବା ବିବାଦ ବର୍ତ୍ତମାନ ଆହୁରି ବଢ଼ିବାରେ ଲାଗିଛି । ୟୁକ୍ରେନ ଭିତରକୁ ମାଡି ଚାଲିଛନ୍ତି ରୁଷ ସୈନ୍ୟ । ୟୁକ୍ରେନର ଡୋନବାସ ଅଞ୍ଚଳରେ ରୁଷ ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ଗୁରୁବାର ସକାଳେ ଡୋନେସ୍କରେ ୫ଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଯାହାପରେ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି ।
ଖାଲି ସେତିକି ନୁହେଁ ୟୁକ୍ରେନ ଉପରେ ମିଲିଟାରୀ ଅପରେସନ୍ ନିର୍ଦ୍ଦେଶ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ବିସ୍ଫୋରଣ ହୋଇଥିବା ଅଞ୍ଚଳ ହେଉଛି ସେହି ଅଞ୍ଚଳ ଯାହାକୁ ଋଷ ନୂଆ ଦେଶ ରୂପେ ମାନ୍ୟତା ଦେଇଥିଲା । ଯାହାଫଳରେ ବିବାଦ ବଢ଼ିଯାଇଥିଲା । ତେବେ ଏହି ୫ ବିସ୍ଫୋରଣ ପରେ ମିଳିତ ଜାତିସଂଘରେ ଜରୁରୀକାଳୀନ ବୈଠକ ବସିଛି ।
