ନିୟମଗିରିରେ ଶାନ୍ତି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ
ରାୟଗଡ଼ା : ନିୟମଗିରିରେ ଶାନ୍ତି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ । କଡ଼ା ସୁରକ୍ଷା ବଳୟ ଭିତରେ ଅତିରିକ୍ତ ଏସପି ଏବଂ ଅତିରିକ୍ତ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ସରିଛି । ଜିଲାର ବିଷମକଟକ ବ୍ଲକ ମୁଣ୍ଡବାଲି ବୁଥରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କେନ୍ଦ୍ରରେ ବିଭ୍ରାଟ ଘଟିଥିଲା ।
କିଛି ଯୁବକ ରାଗିଙ୍ଗ କରିଥିବା ଭିଡିଓ ଭାଇରାଲ ହୋଇଥିଲା । ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ ପରେ ମୁଣ୍ଡବାଲି ୮ ନମ୍ବର ବୁଥରେ ପୁନଃ ନିର୍ବାଚନ କରିବାପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ଯାହାକୁ ଡ଼ଙ୍ଗରିଆ କନ୍ଧମାନେ ତିବ୍ର ବିରୋଧ କରିଥିଲେ । ଗୋଟିଏ ଦିନ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସାନି ନିର୍ବାଚନକୁ ବିରୋଧ କରିଥିଲେ ।
