ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ୱର : ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ ମାତୃଭାଷା ଆମର ପରିଚୟ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଆମ ଓଡ଼ିଆ ଭାଷାର ଗରିମା ଓ ମାଧୁର୍ଯ୍ୟର ସ୍ୱତନ୍ତ୍ରତା ରହିଛି। ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଆମ ଭାଷାକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଅବଦାନ ରଖିଥିବା ମହାପୁରୁଷମାନଙ୍କୁ ସ୍ମରଣ କରି ଏ ଦିଗରେ ଆମର ପ୍ରୟାସକୁ ଆହୁରି ଦୃଢ଼ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆମ ମାତୃଭାଷା ଆମର ପରିଚୟ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଆମ ଓଡ଼ିଆ ଭାଷାର ଗରିମା ଓ ମାଧୁର୍ଯ୍ୟର ସ୍ୱତନ୍ତ୍ରତା ରହିଛି। ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଆମ ଭାଷାକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଅବଦାନ ରଖିଥିବା ମହାପୁରୁଷମାନଙ୍କୁ ସ୍ମରଣ କରି ଆସନ୍ତୁ, ଏ ଦିଗରେ ଆମର ପ୍ରୟାସକୁ ଆହୁରି ଦୃଢ଼ କରିବା। #MotherLanguageDay pic.twitter.com/8YGrX53ugJ
— Naveen Patnaik (@Naveen_Odisha) February 21, 2022
ସୂଚନା ଯେ, ପ୍ରତିବର୍ଷ ଫେବୃୟାରୀ ୨୧ ତାରିଖରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଆସୁଛି। ବିଶ୍ୱରେ ଭାଷା ଓ ସଂସ୍କୃତିକୁ ନେଇ ଥିବା ବିବିଧତାର ସଂରକ୍ଷଣ ଓ ସମୃଦ୍ଧି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ।
