ସୋସିଆଲ ମିଡିଆରେ ଚର୍ଚ୍ଚାରେ ଦୀପିକା, ପାଣି ଭିତରେ ବୋଲ୍ଡ ଆକ୍ଟ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ଫିଲ୍ମ ବ୍ୟତୀତ ବୋଲ୍ଡ ଲୁକ ପାଇଁ ଅନେକ ସମୟରେ ହେଡଲାଇନରେ ରୁହନ୍ତି। ପ୍ରାୟ ପ୍ରତ୍ୟେକ ଦିନ ସେ ପ୍ରଶଂସକଙ୍କ ସହ ତାଙ୍କ ନୂଆ ନୂଆ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ବର୍ତ୍ତମାନ ପୁଣି ଥରେ ଦୀପିକା ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ଖୁବ୍ ପ୍ରସଂଶା ସାଉଁଟୁଛନ୍ତି।
ସୋସିଆଲ ମିଡିଆରେ ଦୀପିକା ପାଦୁକୋନ ବହୁତ ସକ୍ରିୟ ଅଛନ୍ତି। ଗୁରୁବାର ଇନଷ୍ଟାଗ୍ରାମରେ ସେ ତାଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଫଟୋ ଗୁଡ଼ିକରେ ଦୀପିକା ପାଣି ଭିତରେ ବୋଲ୍ଡ ଆକ୍ଟ ଦେଖାଉଛନ୍ତି। ଫଟୋରେ ସେ କମଳା ରଙ୍ଗର ମୋନିକିନି ପିନ୍ଧିଥିବାର ନଜର ଆସିଛନ୍ତି।
ଅଣ୍ଡର ୱାଟର ଫଟୋସୁଟରେ ଅଭିନେତ୍ରୀ ବହୁତ ହଟ୍ ଦେଖାଯାଉଛନ୍ତି। ତାଙ୍କ ଷ୍ଟାଇଲକୁ ଦେଖି ପ୍ରଶଂସକମାନେ ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି। ଫଟୋ ସେୟାର ହେବାର କିଛି ଘଣ୍ଟା ମଧ୍ୟରେ ଏହା ଉପରେ ଲକ୍ଷ ଲକ୍ଷ ଲାଇକ ଏବଂ କମେଣ୍ଟ ଆସିଛି। ବାସ୍ତବରେ ଦୀପିକା ତାଙ୍କ ଫଟୋ ମାଧ୍ୟମରେ ନିକଟରେ ରିଲିଜ୍ ହୋଇଥିବା ଓଟିଟି ଫିଲ୍ମ ‘ଗେହେରାୟିୟାଁ’କୁ ପ୍ରମୋଟ୍ କରୁଛନ୍ତି। ତାଙ୍କ ଫିଲ୍ମ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଛି। ଦୀପିକାଙ୍କର ରିଲିଜ୍ ଲାଇନରେ ଅନେକ ଫଲ୍ମ ଅଛି। ଖୁବଶୀଘ୍ର ସେ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ଦ ଇଣ୍ଟର୍ନ’ରେ ନଜର ଆସିବେ। ଏହା ବ୍ୟତୀତ ସେ ଶାହରୁଖ ଖାନଙ୍କ ସହ ‘ପଠାନ’ରେ, ପ୍ରଭାସଙ୍କ ସହ ‘ପ୍ରୋଜେକ୍ଟ-କେ’ ଏବଂ ହ୍ରିତିକ ରୋଶନଙ୍କ ସହ ‘ଫାଇଟର’ରେ ମଧ୍ୟ ନଜର ଆସିବେ।
