ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୦ହଜାର ୪୩୫ଟି ବୁଥ୍ ରେ ଭୋଟିଂ ହେଉଛି ।
୩୦ଟି ଜିଲାର ୬୮ଟି ବ୍ଳକରେ ମତଦାନ ହେଉଛି । ୧୬୮ଟି ଜିଲା ପରିଷଦ ଜୋନରେ ହେଉଛି ନିର୍ବାଚନ । ୧୫୧୪ ସରପଞ୍ଚ ପଦବୀ ପାଇଁ ମଧ୍ୟ ଭୋଟ ଗ୍ରହଣ ଚାଲିଛି । ଏହା ମଧ୍ୟରେ ୩୦୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି । ସମସ୍ତ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସେହିଭଳି ୧୭୫୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ପ୍ରତ୍ୟେକ ଅଞ୍ଚଳ ଉପରେ ନଜର ରଖିଛି । ପ୍ରଥମ ପ୍ରଯ୍ୟାୟ ମତଦାନ ସବୟରେ ବିଭିନ୍ନ ସ୍ଥାନରେ ହିଂସାକାଣ଼୍ ଘଟିଥିବାରୁ ଆଜି ସୁରକ୍ଷା ବ୍ୟବସ୍ଥାକରୁ ଆହୁରି କଡ଼ାକଡ଼ି କରାଯାଇଛି ।
