ରାଜବୀର ଜୀବନ ବଞ୍ଚାଇବା ଲାଗି ଚାଲିଛି ଚେଷ୍ଟା, ଚିକିତ୍ସା ପାଇଁ ଟଙ୍କା ସଂଗ୍ରହ କରୁଛନ୍ତି ମହାବୀର ଫାଉଂଡେସନ
ନୀଳଗିରି : ରାଜବୀରଙ୍କ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ଅର୍ଥ ରାଶି ସଂଗ୍ରହରେ ଲାଗିଛନ୍ତି ବାଲେଶ୍ଵର ଜିଲା ନୀଳଗିରି ନିକଟ ଗୋପୀନାଥପୁର ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାବୀର ଫାଉଁଡେଷନ୍ ତରଫରୁ ରାଜବିର ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରାଯାଉଛି। ନୀଳଗିରି ଠାରୁ ଆରମ୍ଭ ହୋଇଛି ଏହି ଅଭିଯାନ । ସଙ୍ଗଠନର ପ୍ରତିଷ୍ଠାତା ବିଦ୍ୟାଧର ବାରିକଙ୍କ ଝିଅ ତ୍ରିଶା ନିଜେ ମଧ୍ୟ ବୁଲି ବୁଲି ଅର୍ଥ ସଂଗ୍ରହ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ଜଣେ କୁନି ପିଲା ଆଉ ଜଣେ କୁନି ପିଲାର ସାହାଯ୍ୟ ପାଇଁ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ସଂଗଠନର କର୍ମକର୍ତ୍ତା ମାନେ ଦୋକାନରୁ ଦୋକାନ ବୁଲି ସାହାଯ୍ୟ ପାଇଁ ଲୋକମାନଙ୍କୁ ଅନୁରୋଧ କରୁଛନ୍ତି । ରାସ୍ତାରେ ବସୁଥିବା ଠେଲା ଦୋକାନୀଙ୍କ ଠାରୁ ପାଦଚଲା ଲୋକ ସମସ୍ତଙ୍କ ପାଖକୁ ଯାଇ ରାଜବୀରର ଜୀବନ ବଞ୍ଚାଇବା ପାଇଁ କିଛି ସାହାଯ୍ୟ ମାଗୁଛନ୍ତି ।

ଗୁରୁବାର ସଜନାଗଡ ବଜାରରେ ଯାହାର ଯେତେ ସକ୍ଷମ ଅନୁସାରେ ଯିଏ ଯାହା ଦେଲା ସେମାନେ ତାକୁ ଆଣୁଥିଲେ । ଯେହେତୁ ରାଜବୀରର ଚିକିତ୍ସା ପାଇଁ ବହୁତ କମ ସମୟ ହାତରେ ଅଛି । ଏହି କମ ସମୟ ମଧ୍ୟରେ ସଂଗଠନ ପକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶା ବାସୀଙ୍କୁ ଅନୁରୋଧ କରିଛନ୍ତି ରାଜବୀର ଚିକିତ୍ସା ପାଇଁ ସମସ୍ତେ ଆଗେଇ ଆସନ୍ତୁ ।
