ରୋଡ ସୋ ମାଧ୍ୟମରେ ରେ ଶକ୍ତି ପ୍ରଦର୍ଶନ କଲା ବିଜେଡି
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳ ଭିନ୍ନ ଉପାୟରେ ପ୍ରଚାର କରୁଛନ୍ତି । କିଏ ପଦଯାତ୍ରା ମାଧ୍ୟମରେ ତ କିଏ ସାଇକେଲରେ ତ ଆଉ କିଏ ବାଇକ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି ଭୋଟଙ୍କ ମନ ଜିଣିବାକୁ ଭରପୁର ପ୍ରୟାସ କରୁଛନ୍ତି । ବିଜେଡି ବୁଧବାର ସାରଡାଙ୍ଗ,ଝିଙ୍କିରିଆ ତଥା ନୟାଖଣ୍ଡି ଇତ୍ୟାଦି ପଞ୍ଚାୟତରେ ବାଇକ ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଥମେ ଝିଙ୍କିରିଆରେ ପର୍ଯଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରହୀ ଜିଲା ପରିଷଦ ପ୍ରାର୍ଥିନୀ ସୁଷମା ମହାପାତ୍ର,ସରପଞ୍ଚ ପ୍ରାର୍ଥନୀ ବନସ୍ମିତା ମାଝୀ,ସମିତି ସଭ୍ୟା ପ୍ରାର୍ଥନୀ ଭାମା ଦାସଙ୍କ ସହ ଏକ ଖୋଲା ଜିପରେ ଭୋଗପୁର,ପାଇକାଳପୁର ଇତ୍ୟାଦି ଗ୍ରାମ ପରିକ୍ରମା କରିଥିଲେ । ଶତାଧିକ କର୍ମୀ ବାଇକ ସୋରେ ପ୍ରାର୍ଥୀ ମାନଙ୍କ ସପକ୍ଷରେ ସ୍ଳୋଗାନ ଦେଇଥିଲେ ।
ପରେ ମନ୍ତ୍ରୀ ପାଣିଗ୍ରାହୀ ସାରଡାଙ୍ଗ ପଞ୍ଚାୟତ ଗସ୍ତ କରି ବାଇକ ରାଲିରେ ସାରଡାଙ୍ଗ ଗ୍ରାମ,ଶାସନ,କୁଳିପଦା,ଅରଖପଦା ଇତ୍ୟାଦି ଗ୍ରାମ ପରିକ୍ରମା କରି ଏକ ପଥପ୍ରାନ୍ତ ସଭାରେ ବିଜେଡି ବିକାଶର ଛବି ଉପରେ ଆଲୋକପାତ କରି ସାରଡାଙ୍ଗର ପ୍ରଗତିକୁ ଆଗେଇ ନେବାକୁ ସରପଞ୍ଚ ପ୍ରାର୍ଥୀ କବିତା ପଣ୍ଡିତ ଓ ସମିତି ସଭ୍ୟା ପ୍ରାର୍ଥିନୀ ବାସନ୍ତୀ ମାଝୀ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ ।ସେହିଭଳି ନୟାଖଣ୍ଡି ପଞ୍ଚାୟତରେ ୩ନଂ ଜୋନର ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଜୟନ୍ତ କୁମାର ରାଉତ, ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ମୁକେଶ କୁମାର ଜେନା ଓ ସମିତିସଭ୍ୟା ପ୍ରାର୍ଥିନୀ ମାଳତି ବେହେରା ନିଜ ସମର୍ଥକଙ୍କ ସହ ନୟାଖଣ୍ଡି ଦଧିବାମନ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବାଇକ ରାଲିରେ ପଞ୍ଚାୟତ ପରିକ୍ରମା କରିଥିଲେ । ନୟାଖଣ୍ଡି,କଡମିଆଁ,ଆମ୍ବଗଡିଆ,ଗଡ ବେଗିନିଆ ଇତ୍ୟାଦି ଗ୍ରାମ ବୁଲିବା ସହ ପୁସିଂକାର୍ଡ ବାଣ୍ଟିଥିଲେ ।
