କେସିଆରଙ୍କୁ ଭିଡିଓ ପ୍ରମାଣ ଦେଇ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେଲେ ଆସାମ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସେନାର ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିବାବେଳ ଏହାର ପ୍ରମାଣ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ପ୍ରମାଣ ଦେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ‘ପ୍ରିୟ କେସିଆର ଏହା ହେଉଛି ଆମ ସାହାସୀ ସେନାଙ୍କ ସର୍ଜ୍ଜିକାଲ ଭିଡିଓ ପ୍ରମାଣ।
Dear KCR garu, here is the videographic evidence of the surgical strike by our brave army.
— Himanta Biswa Sarma (@himantabiswa) February 14, 2022
In spite of this you question the valor of our Armed forces and insult them. Why are you so desperate to attack and malign our Army?
New India will not tolerate insults against our Army. pic.twitter.com/jw0bJIeQZb
ଏହା ସତ୍ୱେ ଆପଣ ଆମ ବୀର ସୈନ ଉପରେ ପ୍ରଶ୍ନ ଉଠାଉଛ । ଆମର ବୀର ସୈନ୍ୟଙ୍କୁୁ ଅପାମାନିତ କରିବା ଲାଗି ତୁମେ କାହିଁକି ଏତେ ବ୍ୟାକୁଳ? ପୁଲ୍ଲୱାମା ଆକ୍ରମଣର ବର୍ଷପୂର୍ତ୍ତି ଅବସରରେ ଭାରତୀୟ ସେନାଙ୍କୁ ନେଇ ପ୍ରଶ୍ନ ଉଠାଇଥିବା କେସିଆରଙ୍କୁ ଏପରି ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ପୂର୍ବରୁ ରାହୁଲ ଗାନ୍ଧି ୨୦୧୬ରେ ହୋଇଥିବା ସର୍ଜ୍ଜିକାଲ ଷ୍ଟ୍ରଇକ୍ର ପ୍ରମାଣ ମାଗିଥିଲେ । ରାହୁଲ ଗାନ୍ଧି ସର୍ଜ୍ଜିକାଲ ଷ୍ଟ୍ରଇକ୍ର ପ୍ରମାଣ ମାଗିବା କିଛି ଭୁଲ ନୁହେଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଥିଲେ । ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ଏପରି ଏକ ପରିବେଶ ସୃଷ୍ଟି କରୁଛି ଯେ ଜଣେ ବ୍ୟକ୍ତି ଚାହିଁଲେ ଦେଶ ବିରୋଧରେ ଯାହା ବି କିଛି କହିପାରିବେ,କିନ୍ତୁ ଗାନ୍ଧି ପରିବାର ବିରୋଧରେ କେହି କିଛି କହିପାରିବେ ନାହିଁ । ଦେଶବାସୀ କେବେ ହେଲେ ରାହୁଲ ଗାନ୍ଧିଙ୍କଠୁ ପ୍ରମାଣ ମାଗିନାହିଁ ଯେ ସେ ରାଜୀବ ଗାନ୍ଧୀଙ୍କ ପୁଅ କି ନାହିଁ । ରାହୁଲ ଗାନ୍ଧିଙ୍କ ପ୍ରତି ଏପରି ଆକ୍ଷେପ ପରେ କେସିଆର କହିଥିଲେ ଯେ ସେ ମଧ୍ୟ ସର୍ଜ୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଚାହୁଁଛନ୍ତି ।
