ହଜାରେ ତଳେ ଦୈନିକ ସଂକ୍ରମଣ! ଗତ ୨୪ ଘଣ୍ଟାରେ ୯୨୫ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ତଳମୁହାଁ ଧାରା ଜାରି ରହିଛି । ଫଳରେ ଦୈନିକ ସଂକ୍ରମଣ ମାମଲା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଆଜି ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୪୨ ଜଣ ଚିହ୍ନଟ ହୋଇଥିବାବେଳେ ୩୮୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିଭଳି ଏହି ସଂକ୍ରମିତଙ୍କ ମଧ୍ୟରୁ ୨୦୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋର । ଏହାକୁ ମିଶାଇ ରାଜ୍ୟର ମୋଟ କୋଭିଡ୍ ମାମଲା ୧୨,୭୯,୦୪୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୨,୫୯,୭୯୬ ଜଣ ସୁସ୍ଥ ହୋଇଥିବାବେଳେ ୧୦,୨୭୧ ଜଣ ଚିକିତ୍ସାଧିନ ଅଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ଏହି ତଥ୍ୟ ପ୍ରଦାନ କରିଛି । ଏଭଳି ପରିସ୍ଥିତିରେ ଆଉ ଅଳ୍ପ କିଛି ଦିନ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।
ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୪ ଜଣ ଥିବାବେଳେ ବାଲେଶ୍ୱରରୁ ୨୨ ଜଣ, ବରଗଡ଼ରୁ ୧୩ ଜଣ, ଭଦ୍ରକରୁ ୧୬ ଜଣ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ୨୩, କଟକରୁ ୫୨ ଜଣ, ଦେବଗଡ଼ରୁ ୧୭ ଜଣ, ଢେଙ୍କାନାଳରୁ ୧୫ ଜଣ, ଗଜପତିରୁ ୩୮, ଗଞ୍ଜାମରୁ ୨୬ ଜଣ, ଜଗତସିଂହପୁରରୁ ୫୦ ଜଣ, ଯାଜପୁରରୁ ୪୭ ଜଣ, ଝାରସୁଗୁଡ଼ାରୁ ୨୪ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୩୪ ଜଣ, କେଉଁଝରରୁ ୨୦ ଜଣ, ଖୋର୍ଦ୍ଧାରୁ ୧୫୯ ଜଣ, କୋରାପୁଟରୁ ୪୬ ଜଣ, ମାଲକାନଗିରିରୁ ୬ ଜଣ, ମୟୁରଭଞ୍ଜରୁ ୩୧ ଜଣ, ନବରଙ୍ଗପୁରରୁ ୬ ଜଣ, ନୟାଗଡ଼ରୁ ୨୧ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୧୩ ଜଣ, ରାୟଗଡ଼ାରୁ ୧୮ ଜଣ, ସମ୍ୱଲପୁରରୁ ୨୯ ଜଣ, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୮୮ ଜଣ ଓ ରାଜ୍ୟ ପୁଲରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
