ପିଏସଏଲଭି-ସି୫୨ର ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ : ପିଏସଏଲଭି-ସି୫୨ର ସଫଳ ଉତକ୍ଷେପଣ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ବର୍ଷ ନିଜର ପ୍ରଥମ ମହାକାଶ ମିଶନ ଆରମ୍ଭ କରିଛି । ଆଜି ଭୋର ସକାଳ ୫ଟା ୫୯ ମିନିଟରେ ସତୀଶ ଧୱନ ମହାକାଶ କେନ୍ଦ୍ର ଠାରୁ ପିଏସଏଲଭି-ସି୫୨ର ସାଟଲାଇଟ୍ ଉତ୍କ୍ଷେପଣ କରିଛି । ଏହା ସହ ଆଉ ଦୁଇଟି ଛୋଟ ଉପଗ୍ରହ ବି ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହୋଇଛି ।
ଇଓଏସ-୦୪ ରାଡାର ଇମେଜିଂ ସାଟେଲାଇଟ ମଧ୍ୟ ପଠାଯାଇଛି । ଯାହାକି ସବୁ ପ୍ରକାର ପାଣିପାଗରେ ଉଚ୍ଚମାନର ଫଟୋ ଉଠାଇପାରିବ । ଏହି ସାଟଲାଇଟ୍ କୃଷି, ବୃକ୍ଷ ରୋପଣ, ଜଳ ବିଜ୍ଞାନ ଓ ପାଣିପାଗର ସ୍ଥିତି ସଂପର୍କରେ ଫଟୋ ପଠାଇବା ପାଇଁ ଡିଜାଇନ କରାଯାଇଛି । ଏହାର ଓଜନ ୧୭ ଶହ ୧୦ ଗ୍ରାମ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।
