ଆଜି ଇସ୍ରୋ ଉତ୍କ୍ଷେପଣ କରିବ ‘ପିଏସ୍ଏଲ୍ଭି-ସି୫୨’
ନୂଆଦିଲ୍ଲୀ: ଆଜି କୃତ୍ରିମ ଉପଗ୍ରହ ‘ପିଏସ୍ଏଲ୍ଭି-ସି୫୨’କୁ କକ୍ଷପଥକୁ ପଠାଇବା ଲାଗି ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି । ଫେବୃଆରୀ ୧୪ ଭାଲେନଟାଇନ ଦିନ ଇସ୍ରୋ ମହାକାଶକୁ ଆର୍ଥ ଅବଜରଭେସନ ସାଟେଲାଇଟ୍ (ଇଓଏସ୍-୦୪) ଉତକ୍ଷେପଣ କରିବ । ଏଥିପାଇଁ ୨୫ ଘଂଟାର ଓଲଟା ଗଣତି ଆରମ୍ଭ ହୋଇ ଯଇଛି ।
ପୋଲାର ସାଟେଲାଇଟ୍ ଲଂଚ ହ୍ୱିକିଲ (ପିଏସଏଲଭି)-ସି ୫୨କୁ ଫେବୃଆରୀ ୧୪ ସକାଳ ୫ଟା୫୯ ମିନିଟ୍ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଂଚ ପ୍ୟାଡରୁ ଉତକ୍ଷେପଣ କରାଯିବ । ଏହି ଅଭିଯାନରେ ୧୭୧୦ କିଲୋଗ୍ରାମର ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ୫୨୯ କିଲୋମିଟର ଉଚ୍ଚତାରେ ସୂର୍ଯ୍ୟର ଧ୍ରୁବୀୟ କକ୍ଷରେ ଅବସ୍ଥାପିତ କରାଯିବ । ଇସ୍ରୋ ଟୁଇଟ୍ କରି କହିଛି, ପିଏସଏଲଭି-ସି୫୨/ଇଓଏସ-୦୪ ମିଶନ ପାଇଁ ୨୫ ଘଂଟା ୩୦ ମିନିଟ୍ର ଓଲଟା ଗଣତି ପ୍ରକ୍ରିୟା ଆଜି ସକାଳ ୪ଟା ୨୯ ମିନିଟ୍ରୁ ଆରମ୍ଭ ହୋଇ ଯାଇଛି । ଇଓଏସ୍-୦୪ ବ୍ୟତୀତ ପିଏସଏଲଭି ରକେଟ୍ ଜରିଆରେ ମହାକାଶକୁ ଦୁଇଟି ଛୋଟ ସାଟେଲାଇଟ୍ ପଠାଯିବ । ଏଥିରୁ ଗୋଟିଏ ଉପଗ୍ରହ ଆଇଏନ୍ଏସ୍ପିଆଇ ଆର୍ଇଏସ୍ଏଟି-୧ କୋଲରାଡୋ ବିଶ୍ୱ ବିଦ୍ୟାଳୟରେ ବାୟୁମଣ୍ଡଳୀୟ ଏବଂ ଅନ୍ତରୀକ୍ଷ ପ୍ରୟୋଗଶାଳାର ସହଯୋଗରେ ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରଦୌଗିକି ସଂସ୍ଥା ଦ୍ୱାରା ବିକଶିତ କରାଯାଇଛି । ଅନ୍ୟ ଉପଗ୍ରହ ଆଇଏନ୍ଏସ୍-୨ଟିଡି ଭାରତ-ଭୂଟାନର ମିଳିତ ପ୍ରୟାସରେ ତିଆରି ହୋଇଛି ।
ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ‘ଇସ୍ରୋ’ କହିଛି, ‘ଇଓଏସ୍-୦୪’ ନାମରେ ଗୋଟାଏ ‘ଆର୍ଥ ଅବଜରଭେସନ୍ ସାଟେଲାଇଟ୍’ ଚାରିପଟେ ଘୂରି ବୁଲିବାକୁ ‘ବିଏସ୍ଏଲ୍ଭି-ସି୫୨’କୁ ଡିଜାଇନ୍ କରାଯାଇଛି । ୧୭୧୦ କିଲୋ ଓଜନବିଶିଷ୍ଟ ‘ପିଏସ୍ଏଲ୍ଭି-ସି୫୨’କୁ ୫୨୯ କି.ମି.ବିଶିଷ୍ଟ ‘ସନ୍ ସିଙ୍କ୍ରୋନସ୍ ପୋଲାର୍ ଅର୍ବିଟ୍’ରେ ସ୍ଥାପନ କରାଯିବ । ଫେବ୍ରୁଆରି ୧୪ ତାରିଖ ଭୋର୍ ୫.୫୯ରେ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧାୱନ୍ ସ୍ପେସ୍ ସେଂଟର୍’ର ପ୍ରଥମ ଲଂଚ୍ ପ୍ୟାଡ୍ରୁ ‘ପୋଲାର୍ ସାଟେଲାଇଟ୍ ଲଂଚ୍ ଭେଇକ୍ଲ୍’ ଉତ୍କ୍ଷେପଣ କରାଯିବ । ଏହା ବ୍ୟତିରେକେ, ସହଯାତ୍ରୀ ଭାବେ ‘ପିଏସ୍ଏଲ୍ଭି-ସି୫୨’ ଅଭିଯାନରେ ଦୁଇଟି କ୍ଷୁଦ୍ର କୃତ୍ରିମ ଉପଗ୍ରହ ମଧ୍ୟ ଉତ୍କ୍ଷେପଣ କରାଯିବ । ସେଥିରୁ ଗୋଟିଏ ହେଉଛି ବୋଲ୍ଡର୍ ସ୍ଥିତ କଲୋରାଡୋ ବିଶ୍ୱବିଦ୍ୟାଳର ‘ଲାବ୍ରଟରି ଅଫ୍ ଆଟ୍ମୋସ୍ଫେରିକ୍ ଆଣ୍ଡ୍ ସ୍ପେସ୍ ଫିଜିକ୍ସ୍’ ସହାୟତାରେ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି’ର (ଆଇଆଇଏସ୍ଟି) ଶିକ୍ଷାର୍ଥୀ ସାଟେଲାଇଟ୍ (ଇନ୍ସ୍ପାୟର୍ସ୍ୟାଟ୍-୧) । ଅନ୍ୟଟି ହେଉଛି ‘ଭାରତ-ଭୁଟାନ୍ ଜଏଂଟ୍ ସାଟେଲାଇଟ୍’ (ଆଇଏନ୍ଏସ୍-୨ବି) ବର୍ଗର ‘ଟେକ୍ନୋଲୋଜି ଡେମୋନ୍ଷ୍ଟ୍ରେଟର୍ ସାଟେଲାଇଟ୍’ (ଆଇଏନ୍ଏସ୍-୨ଟିଡି) ।
