ଆଇପିଏଲ୍ ନିଲାମୀରେ ବିକ୍ରି ହେଲେ ଓଡ଼ିଆ ଖେଳାଳୀ ଶୁଭ୍ରାଂଶୁ ସେନାପତି
ମୁମ୍ବାଇ : ବିଶ୍ବର ସବୁଠାରୁ ବ୍ୟୟବହୁଳ ଓ ଚର୍ଚ୍ଚିତ ଟି-୨୦ ଲିଗ୍ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାନିଲାମିରେ ଚମକିଛି ଓଡିଆ ଖେଳାଳିଙ୍କ ଭାଗ୍ୟ । ଏହି ନିଲାମ ପ୍ରକ୍ରିୟାର ୨ୟ ପର୍ଯ୍ଯୟ ଜାରି ରହିଛି । ଏହି ୨ୟ ପର୍ଯ୍ଯୟରେ ଓଡ଼ିଶାର ଖେଳାଳୀ ଶୁଭ୍ରାଂଶୁ ସେନାପତି ବିକ୍ରି ହୋଇଛନ୍ତି। ୨୦ ଲକ୍ଷ ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ ସହ ଅନୁବନ୍ଧିତ ହେଲେ ଷ୍ଟାର ଓଡିଆ ଖେଳାଳି। ଚେନ୍ନାଇ ଦଳର ଅଧିନିୟକ ରହିଛନ୍ତି ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ ଏମଏସ ଧୋନୀ । ଏବେ ତାଙ୍କ ତତ୍ତ୍ୱାବଧାନରେ ଖେଳିବେ ଏହି ଓଡିଆ ଷ୍ଟାର ଖେଳାଳି।
ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୨ୟ ଦିନର ଚାଲିଛି ମେଗା ନିଲାମ । ପ୍ରଥମ ଦିନ ଭଳି ଫ୍ରାଞ୍ଚାଇଜିମାନେ ଆଜି ମଧ୍ୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି । ଏହି ମେଗା ନିଲାମରେ ଏବେ ସାମିଲ ହୋଇଛନ୍ତି ମୁମ୍ବାଇ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି । ତାଙ୍କୁ ୨୦ଲକ୍ଷ ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ କିଣିଛି । ନିଲାମରେ ସାମିଲ୍ ଅନ୍ୟ ଓଡ଼ିଆ ଖେଳାଳି ହେଉଛନ୍ତି ଅଭିଷେକ ରାଉତ । ତେବେ ତାଙ୍କୁ କେଉଁ ଫ୍ରାଞ୍ଚାଇଜି କିଣୁଛନ୍ତି ତାହା ବାକି ରହିଲା । ଏହା ପୂର୍ବରୁ ଆଇପିଏଲରେ ଏ ପର୍ଯ୍ୟନ୍ତ ମାତ୍ର ତିନି ଜଣ ଖେଳାଳି ଖେଳିଛନ୍ତି । ଏଥିରେ ଅଛନ୍ତି ପ୍ରଜ୍ଞାନ ଓଝା, ବିପ୍ଳବ ସାମନ୍ତରାୟ ଏବଂ ହଳଧର ଦାସ । ୨୦୨୧ ଆଇପିଏଲ ନିଲାମରେ ଖେଳାଳିଙ୍କ ତାଲିକାରେ ଓଡିଶାରୁ ଦୁଇ ଜଣ କ୍ରିକେଟର ଗୋବିନ୍ଦ ପୋଦ୍ଦାର ଏବଂ ଶୁଭ୍ରାଂଶୁ ସେନାପତି ଥିଲେ । ହେଲେ ଗତ ନିଲାମରେ ଉଭୟଙ୍କୁ କୌଣସି ଦଳ କିଣିନଥିଲେ । ତେବେ ୨୦୨୨ ଆଇପିଏଲ ମେଗା ନିଲାମରେ ଓଡିଶାରୁ ସାମିଲ୍ ଥିଲେ ଦୁଇ ଖେଳାଳି ଅଭିଷେକ ଏବଂ ଶୁଭ୍ରାଂଶୁ ସେନାପତି ।
