ଅଭିନବ ଉପାୟରେ ଭୋଟ୍ ଭିକ୍ଷା କଲେ ସ୍ୱାଧୀନ ପ୍ରାର୍ଥୀ
ଜଗତସିଂହପୁର : ଅଭିନବ ଉପାୟରେ ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ୍ ଭିକ୍ଷା।ସାଙ୍ଗରେ ଯୋଗୀ ମାନଙ୍କୁ ଧରି ଘର ଘର ବୁଲି କରୁଛନ୍ତି ଭୋଟ୍ ଭିକ୍ଷା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ନୂଆଗଡ ପଞ୍ଚାୟତର ବାଲଡ଼ିଆ ଗ୍ରାମରେ। ଖାଲି ସେତିକି ନୁହେଁ ମହିଳା ମାନେ ବି ହୁଳହୁଳି ବଜାଇ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ନିବେଦନ କରୁଛନ୍ତି।
ସମ୍ପୂର୍ଣ କୋଭିଡ ନିୟମକୁ ମାନି ହାତରେ ସୂର୍ଯ୍ୟ ଚିହ୍ନର ପ୍ଲକାର୍ଡ ଧରି ଗ୍ରାମ ଭିତରେ ବୁଲି ବୁଲି ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂର୍ଯ୍ୟ ସକାଳ ଶକ୍ତିର ଆଧାର ଯାହାକୁ ନେଇ ଯୋଗୀ ମାନେ ଗୀତରେ ଗୀତରେ ସ୍ୱାଧୀନ ପ୍ରାର୍ଥୀ ଦେବେନ୍ଦ୍ର ରାଉତଙ୍କ ସୂର୍ଯ୍ୟ ଚିହ୍ନକୁ ମନେ ପକାଇବା ପାଇଁ ବାଲଡ଼ିଆ ଗ୍ରାମ ବାସୀଙ୍କୁ ଭୋଟ ଭିକ୍ଷା କରିବା ସହିତ ପଞ୍ଚାୟତ ବାସୀ ପରିବର୍ତନ ସ୍ରୋତରେ ସାମିଲ ହୋଇ ସ୍ୱାଧୀନ ପ୍ରାର୍ଥଙ୍କୁ ସ୍ନେହ ଭଲପାଇବା ପ୍ରଦାନ କରୁଥିବା ବେଳେ ପାରାଦ୍ୱୀପ ଲକ୍ ଥାନା ପୋଲିସ ପହଞ୍ଚି କୋଭିଡି ନିୟମ ମାନି ପ୍ରଚାର ପ୍ରସାର କରିବାକୁ କହିଥିଲା।ଗୋଟିଏ ପଟେ ଅର୍ଥବଳ ବାହୁବଳରେ ପରିପୂର୍ଣ ଦଳୀୟ ସମର୍ଥକ ପ୍ରାର୍ଥୀମାନେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦୀତା କରୁଥିବା ବେଳେ ପାରମ୍ପରିକ ଯୋଗୀ ଗୀତ କେନ୍ଦରା ବଜାଇ ନିଜର ପ୍ରଚାର ଚଳାଇଥିବା ନେଇ କହିଛନ୍ତି ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରୁଥିବା ଦେବେନ୍ଦ୍ର ରାଉତ।
