ଭାଲେଣ୍ଟାଇନ୍ ସପ୍ତାହର ତୃତୀୟ ଦିନ! କାହିଁକି ପାଳନ କରାଯାଏ ଚକଲେଟ ଡେ’, ଜାଣନ୍ତୁ ଏହାର ଇତିହାସ
ଭାଲେଣ୍ଟାଇନ୍ ସପ୍ତାହର ତୃତୀୟ ଦିନ ଅର୍ଥାତ୍ ଫେବୃଆରୀ ୯ ତାରିଖକୁ ଚକୋଲେଟ୍ ଡେ’ ଭାବରେ ପାଳନ କରାଯାଏ । ଏହି ଦିନ ଦମ୍ପତିମାନେ ପରସ୍ପରକୁ ଚକୋଲେଟ୍ ଉପହାର ଦିଅନ୍ତି ଏବଂ ନିଜର ପ୍ରେମ ବ୍ୟକ୍ତ କରନ୍ତି । ଚକୋଲେଟ୍ ଡେ’ ପୂର୍ବରୁ ମଧ୍ୟ ଅନେକ ପ୍ରକାରର ଚକୋଲେଟ୍ ବଜାରକୁ ଆସିବା ଆରମ୍ଭ କରେ । ଚକୋଲେଟ୍ ଡେ’ ର କ୍ରେଜ୍ ପ୍ରେମିକ ଓ ପ୍ରେମିକାଙ୍କ ପାଖରେ ବହୁତ ଦେଖିବାକୁ ମିଳେ । ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ଦିନ ନିଜ ସାଥୀଙ୍କ ପାଇଁ ନିଜ ହାତରେ ଚକୋଲେଟ୍ ତିଆରି କରନ୍ତି । ଚକୋଲେଟ୍ ଡେ’ ଭାଲେଣ୍ଟାଇନ୍ ସପ୍ତାହର ସବୁଠାରୁ ପ୍ରିୟ ଦିନ ଭାବରେ ବିବେଚନା କରାଯାଏ । ଏହା ଫେବୃଆରୀ ୯ ତାରିଖରେ ପାଳନ କରାଯାଏ ଏବଂ ଏହି ଦିନ ସମସ୍ତ ବୟସର ଲୋକମାନେ ପରସ୍ପରକୁ ଚକୋଲେଟ୍ ଦିଅନ୍ତି । ଚକୋଲେଟ୍ ଏପରି ଏକ ଜିନିଷ ଯାହାକୁ ସମସ୍ତ ବୟସ ବର୍ଗର ଲୋକମାନେ ପସନ୍ଦ କରନ୍ତି । ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଚକୋଲେଟରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି ଯାହା ଆପଣଙ୍କ ରକ୍ତ ପ୍ରବାହ, ହୃଦୟ ଏବଂ ଚର୍ମ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ । ଆହୁରି ମଧ୍ୟ, ଚକୋଲେଟ୍ ଖାଇବା ଦ୍ୱାରା ମନୋବଳ ମଧ୍ୟ ଦୃଢ଼ ରହିଥାଏ । ଚକୋଲେଟ୍ ହେଉଛି ଏହି ଦିନ ଆପଣଙ୍କ ଭାଲେଣ୍ଟାଇନ୍ସ ପାଇଁ ଚିରନ୍ତନ ପ୍ରେମର ପ୍ରତୀକ । କୁହାଯାଏ ଏହି ଦିନରେ ନିଜ ସାଥିଙ୍କୁ ଚକୋଲେଟ୍ ଦେଲେ ସମ୍ପର୍କ ଆହୁରି ଦୃଢ଼ ହୁଏ । ତେବେ ପ୍ରଥମ କୋକୋ ଗଛ ୪,୦୦୦ ବର୍ଷ ପୂର୍ବେ ଆମେରିକାରେ ଦେଖିବାକୁ ମିଳିଥିଲା । ଆମେରିକାର ଜଙ୍ଗଲରେ ଥିବା କୋକୋ ଗଛର ମଞ୍ଜିରୁ ଚକୋଲେଟ୍ ତିଆରି କରାଯାଇଥିଲା । ଆମେରିକା ଏବଂ ମେକ୍ସିକୋ ବିଶ୍ୱରେ ଚକୋଲେଟ ଉପରେ ପ୍ରଥମ ପରୀକ୍ଷଣ କରିଥିଲା । କୁହାଯାଏଯେ, ୧୫୨୮ ମସିହାରେ ସ୍ପେନର ରାଜା ମେକ୍ସିକୋକୁ କାବୁ କରିଥିଲେ । ଏଠାରେ ରାଜା କୋକୋକୁ ବହୁତ ପସନ୍ଦ କରୁଥିଲେ । ଏହାପରେ ରାଜା ମେକ୍ସିକୋରୁ ସ୍ପେନକୁ କୋକୋ ମଞ୍ଜି ନେଇଗଲେ । ୧୮୨୮ ମସିହାରେ, କନରାଡ ଜୋହାନ୍ସ ୱାନ ହାଉଟେନ କୋକୋ ପ୍ରେସ ନାମକ ଏକ ମେସିନ ତିଆରି କରିଥିଲେ । କୁହାଯାଉଥିଲାଯେ ପୂର୍ବରୁ ଚକୋଲେଟର ସ୍ୱାଦ କଡ଼ା ଥିଲା ।
କିନ୍ତୁ ଜୋହାନ୍ସ ତିଆରି କରିଥିବା ମେସିନ୍ ଚକୋଲେଟର କଡ଼ା ସ୍ୱାଦକୁ ଦୂର କରିବାରେ ସାହାର୍ଯ୍ୟ କରିଥିଲା । ୧୮୪୮ ମସିହାରେ, ବ୍ରିଟିଶ ଚକୋଲେଟ୍ କମ୍ପାନୀ ଜେ. ଏର୍ ଫ୍ରାଇ ଏଣ୍ଡ ସନ୍ସ କୋକୋରେ ବଟର, କ୍ଷୀର ଓ ଚିନି ମିଶାଇ ଚକୋଲେଟ୍ ପ୍ରସ୍ତୁତ କଲେ । ସମୟ ଗଡିବା ସହିତ ଚକୋଲେଟର ସ୍ୱାଦ ମଧ୍ୟ ବଦଳିଗଲା । ଏହାପରେ ୧୫୫୦ ମସିହାରେ ୟୁରୋପରେ ପ୍ରଥମ ଥର ପାଇଁ ୭ ଜୁଲାଇରେ ଚକୋଲେଟ୍ ଡେ’ ପାଳନ କରାଯାଇଥିଲା । ଯାହାପରେ ବିଶ୍ୱର ଅନେକ ଦେଶ ଚକୋଲେଟ୍ ଡେ’ ପାଳନ କରିବା ଆରମ୍ଭ କରିଥିଲେ ।
