୧୫ରୁ ଆସାମରେ ହଟିବ କରୋନା କଟକଣା : ମୁଖ୍ୟମନ୍ତ୍ରୀ
ଗୌହାଟୀ : ଜନସାଧାରଣଙ୍କୁ ଆଶ୍ୱାସନା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଫେବୃଆରୀ ୧୫ରୁ ରାଜ୍ୟରେ କରୋନା ସହ ଜଡ଼ିତ ସମସ୍ତ କଟକଣା ସମାପ୍ତ ହେବ । ମାସ୍କ ଏବଂ ସାନିଟାଇଜରର ବ୍ୟବହାର ଆବଶ୍ୟକ ହେବ । ଶିକ୍ଷାନୁଷ୍ଠାନ, ସମାବେଶ, ବିବାହ ଇତ୍ୟାଦିରେ ଯୋଗଦେଉଥିବା ବ୍ୟକ୍ତିମାନେ ଉଭୟ ଡୋଜ୍ କରୋନା ଟୀକା ନେବାକୁ ବାଧ୍ୟ ହେବେ । ସୋମବାର ଜନତା ଭବନ (ଆସାମ ସଚିବାଳୟ)ରେ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ଏହି ଅବସରରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଅଶୋକ ସିଂଘଲ ମଧ୍ୟ ଉପସ୍ଥିତ ଥିଲେ ।
