୧୦୪ ଫୁଟ୍ ଉଚ୍ଚରେ ଉଡିଲା ତ୍ରିରଙ୍ଗା, ଦ୍ୱିତୀୟ ସବୁଠାରୁ ଉଚ୍ଚ ରାଷ୍ଟ୍ରୀୟ ଧ୍ୱଜ
ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ରାଜ୍ୟରେ ଏକ ବିଶାଳ ତ୍ରିରଙ୍ଗା ଉଡାଇଛନ୍ତି । ରାଜ୍ୟର ତୱାଙ୍ଗରେ ୧୦୪ ଫୁଟ ଉଚ୍ଚ ଫ୍ଲାଗପୋଲରେ ଏହି ବିଶାଳ ତ୍ରିରଙ୍ଗା ଉଡାଇ ରାଜ୍ୟ ଏବଂ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ । ୧୦,୦୦୦ ଫୁଟ ଉପରେ ଏହା ଦ୍ୱିତୀୟ ସବୁଠାରୁ ଉଚ୍ଚ ରାଷ୍ଟ୍ରୀୟ ଧ୍ୱଜ ।
ଏନେଇ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଟ୍ୱିଟ କରି କହିଛନ୍ତି, ଅରୁଣାଚଳର ଦେଶଭକ୍ତ ଜନତାଙ୍କ ପାଇଁ ୧୦୪ ଫୁଟର ଜାତୀୟ ପତାକା ଉତ୍ସର୍ଗ କରି ଗର୍ବିତ । ଏହି ଉପଲବ୍ଧ ପାଇଁ ତୱାଙ୍ଗ ବିଧାୟକ, ଜିଲ୍ଲା ପ୍ରଶାସନ, ସଶସ୍ତ୍ର ସେନା ବାହିନୀ, ଆଇଟିବିପି, ଭାରତୀୟ ସେନା ଏବଂ ତୱାଙ୍ଗରେ ବିଶାଳ ରାଷ୍ଟ୍ରୀୟ ଧ୍ୱଜା ପ୍ରତିଷ୍ଠା କରିବାରେ ଯୋଗଦାନ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଯେ, ଲେହର ପେଙ୍ଗୋଙ୍ଗ ହ୍ରଦ ନିକଟ ଲୁକୁଙ୍ଗରେ ରହିଛି ଦେଶର ସବୁଠାରୁ ଉଚ୍ଚ ଜାତୀୟ ପତାକା ।
