ବେଗୁନିଆ ଗ୍ରାମପଞ୍ଚାୟତ : ପ୍ରଚାରର ଆଗରେ ବିଜେପି ସମର୍ଥିତ ପ୍ରାର୍ଥୀ
ନୀଳଗିରି : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପାଖେଇ ଆସୁଛି ଭୋଟ ଗ୍ରହଣ ର ତାରିଖ । ଆଉ ଅଳ୍ପଦିନ ପରେ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା । ତେଣୁ ଅଧିକରୁ ଅଧିକ ମତଦାତାଙ୍କ ନିକଟରେ ପହଞ୍ôଚବା ଓ ସେମାନଙ୍କ ସମର୍ଥନ ହାସଲ ପାଇଁ ଏବେ ଦିନରାତି ଏକ କରି ଦେଇଛନ୍ତି ଛିଡ଼ା ହୋଇଥିବା ପ୍ରାର୍ଥୀ, ପ୍ରାର୍ଥୀନୀ ଓ ତାଙ୍କର ସମର୍ଥକ । ଯେତେ ରାଗ ରୁଷ, ମାନ ଅଭିମାନ ଅଭିଯୋଗ ଥିଲେ ମଧ୍ୟ ଆଗକୁ ନିର୍ଭର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି ।

ପୂର୍ବରୁ ନିଜ ପଞ୍ଚାୟତର ବିକାଶ ଓ ପୂର୍ବ ସଫଳତା ଦୋହରାଇ ଏହାକୁ ଆଧାର କରି ନୀଳଗିରି ବ୍ଲକର ବେଗୁନିଆ ଗ୍ରାମପଞ୍ଚାୟତରେ ଶୁକ୍ରବାର ବିଜେପି ସମର୍ଥିତ ସରପଂଚ ପ୍ରାର୍ଥୀନୀ ସୁମତି ସିଂ, ସମିତିସଭ୍ୟ ପ୍ରାର୍ଥୀ ବନମାଳି ସିଂ ଏବଂ ୧୩ନଂ. ଜୋନ୍ର ବିଜେପି ଜିଲ୍ଳା ପରିଷଦ ପ୍ରାର୍ଥୀ ତଥା ଯୁବ ପ୍ରତିଭା, ଛାତ୍ରନେତା ତାପସ ମହାନ୍ତିଙ୍କୁ ନେଇ ଏକ ବଡ଼ଧରଣର ରୋଡ଼ ସୋ କରିଥିଲେ । ଉକ୍ତ ପଞ୍ଚାୟତରେ ମଧ୍ୟ ପ୍ରଚାରର ଅନ୍ୟ ଦଳ ଠାରୁ ଆଗରେ ରହିଥିବା ବେଳେ ଆଜିକାର ଏହି ରୋଡ଼ ସୋ ରେ ବହୁ ଲୋକ ସାମିଲ ହୋଇଥିବା ସହ ଘରକୁ ଘର ବୁଲି ପଞ୍ଚାୟତର ବିକାଶ ଧାରାକୁ ଆଗେଇ ନେବାକୁ ଭୋଟର ମାନଙ୍କୁ ଦୃଢ଼ ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି । ପ୍ରାର୍ଥୀ ଓ ସମର୍ଥକମାନେ ଘର ଘର ବୁଲି ଭୋଟ୍ ଭିକ୍ଷା କରିଥିବା ବେଳେ ସରପଞ୍ଚ ପ୍ରାର୍ଥୀନୀ ସୁମତି ସିଂ ସୂର୍ଯ୍ୟ ଚିହ୍ନ ଓ ସମିତିସଭ୍ୟ ପ୍ରାର୍ଥୀ ବନମାଳି ସିଂ କେଟିଲି ଚିହ୍ନ ନିମନ୍ତେ ନିଜର ପ୍ରଚାର କରିଥିଲେ । ଏନେଇ ଜିଲାପରିଷଦ ତାପସ ମହାନ୍ତି କହିଛନ୍ତି ଯେ, ରାଜନୀତି ନୁହେଁ ରାଷ୍ଟ୍ରନୀତି । ସମସ୍ୟା ନୁହଁ ସମାଧାନ । ପଦବୀ ନୁହଁ ଦାୟିତ୍ୱ । ନେତା ନୁହଁ ସେବକ । ପଞ୍ଚାୟତ ନୁହଁ ଆମ ପରିବାର । ନା ଦୁର୍ନୀତି, ନା ଭ୍ରଷ୍ଟାଚାର, ନା ଅନ୍ୟାୟ, ନା ଅନୀତି ଏହି ଚିନ୍ତାଧାରାକୁ ନେଇ ଆମେ ଆଗକୁ ଚାଲିଛୁ । ଆମର ଆଶା ଏବଂ ବିଶ୍ୱାସ ଆପଣମାନଙ୍କ ଆଶୀର୍ବାଦ ଆମ ସହିତ ରହିଥିବ ।
